ଟିକାର ଦୁଇଟି ଡୋଜ୍ ନେଇଥିଲେ ଲୋକାଲ ଟେନ୍ରେ ଯାତ୍ରା କରିପାରିବେ

ଏଣିକି କରୋନା ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ଲୋକମାନେ ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ । ମହାମାରୀ କରୋନା ସଂକ୍ରମଣର ପ୍ରଭାବ ହ୍ରାସ ପାଉଥିବା ବେଳେ ମଙ୍ଗଳବାର ମହାରାଷ୍ଟ୍ର ସରକାର ସବୁ ଲୋକଙ୍କ ପାଇଁ ସର୍ତ୍ତମୂଳକ ଲୋକାଲ ଟ୍ରେନରେ ଯାତ୍ରା ପାଇଁ ଅନୁମତି ଦେଇଛନ୍ତି।
ପୂର୍ବରୁ କେବଳ ଜରୁରୀ ଓ ସରକାରୀ ସେବାରେ ନିୟୋଜିତ ଲୋକଙ୍କୁ ମୁମ୍ବାଇର ଲାଇଫଲାଇନ କୁହାଯାଉଥିବା ଲୋକାଲ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ମିଳୁଥିଲା। ହେଲେ ଏବେ ଅଣଅତ୍ୟାବଶ୍ୟକ ସେବା ଓ ସାଧାରଣ ଲୋକ ଲୋକାଲ ଟ୍ରେନର ବ୍ୟବହାର କରିପାରିବେ। ମହାରାଷ୍ଟ୍ର ସରକାର କହିଛନ୍ତି, ଟିକାର ଦୁଇଟି ଯାକ ଡୋଜ୍ ନେବାର ୧୪ ଦିନ ପରେ ଯେକୌଣସି ଲୋକ ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ। ଜରୁରୀ ସେବାରେ ନିୟୋଜିତ ଲୋକମାନେ ମଧ୍ୟ ଟିକାର ଡବଲ ଡୋଜ୍ ନେବାର ୧୪ ଦିନ ପରେ ଟ୍ରେନରେ ଯାତ୍ରା କରିପାରିବେ।
Powered by Froala Editor