ଆଜି ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ

କଳାହାଣ୍ଡି: ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଜାତିଭିତିକ ସଂରକ୍ଷଣକୁ ନେଇ ଚିଠା ତାଲିକା ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲା ପାଇଁ ପ୍ରସ୍ତୁତ ଏହି ଚିଠା ତାଲିକାରେ ବ୍ୟାପକ ଅସଙ୍ଗତି ଥିବାବେଳେ ଏହାକୁ ଦୂର କରିବା ଦାବିରେ ପଛୁଆବର୍ଗ ଜାତି ସମୁହ ପକ୍ଷରୁ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି ।
ଜିଲ୍ଲାର ୧୩ଟି ବ୍ଲକର ୩୬ ଗୋଟି ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ଜଣେ ବି ପଛୁଆ ବର୍ଗଙ୍କୁ ସାମିଲ ନକରିବା ଘଟଣାକୁ ନିନ୍ଦା କରିଛି ପଛୁଆବର୍ଗ । ସେହିପରି ଗତ ୨୦୧୧ ଜନଗଣନାର ଦଶବର୍ଷ ପରେ ୨୦୨୧ ସୁଦ୍ଧା ଉଭୟ ଜନସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ତେବେ ଏହି ତାଲିକା ସଂଶୋଧନ ନ କରିବାରୁ ଆଜି ସକାଳ ୬ଟା ରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ କଳାହାଣ୍ଡି ସଂମ୍ପୁର୍ଣ୍ଣ ବନ୍ଦ କରାଯାଇଛି । ଏହି ବନ୍ଦରେ ଜରୁରୀକାଳୀନ ସେବାକୁ ଛାଡି ଗାଡିମଟର ସରକାରୀ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିବ । ତେବେ କଳାହାଣ୍ଡି ବଣିକ ସଂଘ ଏହାକୁ ସମର୍ଥନ କରୁନଥିବାରୁ ସମସ୍ତ ଦୋକାନ ବଜାର ଖୋଲା ରଖିଛନ୍ତି ।
Powered by Froala Editor