ବୈଜ୍ଞାନିକଙ୍କ ସଫଳତା: ଆଇଭିଏଫ୍ ଟେକ୍ନୋଲୋଜିରେ ଜନ୍ମ ନେଲା ପ୍ରଥମ ବନ୍ନି ମଇଁଷି ବାଛୁରୀ
ଆଇଭିଏଫ୍ ପ୍ରକ୍ରିୟାରେ ମଣିଷ ଶିଶୁ ଜନ୍ମ ନେବା ଜାଣିଛନ୍ତି । କିନ୍ତୁ ପ୍ରଥମ ଥର ପାଇଁ ଭାରତରେ ଜନ୍ମ ହୋଇଛି ଏକ ବନ୍ନି ମଇଁଷି ବାଛୁରୀ । ଦେଶର ବୈଜ୍ଞାନିକମାନେ ଆଇଭିଏଫ୍ ଟେକ୍ନୋଲୋଜିରେ ଏକ ବାଛୁରୀକୁ ଜନ୍ମ ଦେଇଛନ୍ତି। ଗୁଜୁରାଟର ସୋମନାଥ ଜିଲ୍ଲାର ଧାନେଜ ଗ୍ରାମରେ ଥିବା ସୁଶୀଲା ଏଗ୍ରୋ ଫାର୍ମରେ ଏହି ବାଛୁରୀଟି ଜନ୍ମ ହୋଇଛି ।
ଗତ ବର୍ଷ ଡିସେମ୍ବର ୧୫ ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଅଞ୍ଚଳ ପରିଦର୍ଶନ କରିଥିଲେ, ସେତେବେଳେ ସେ ବନ୍ନି ପ୍ରଜାତିର ମଇଁଷିଙ୍କ ବାବଦରେ କହିଥିଲେ। ଏହା ପରଦିନ, ୧୬ ଡିସେମ୍ବର ୨୦୨୦ରେ, ବନ୍ନି ମଇଁଷିର ଅଣ୍ଡାଣୁ ବାହାର କରାଯାଇ ଏହାକୁ ବିକଶିତ କରି ଇନ୍-ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ୍) ମାଧ୍ୟମରେ ମାଈ ମଇଁଷିର ଗର୍ଭାଶୟରେ ସ୍ଥାପନ କରାଯାଇଥିଲା । ଏହି ବାଛୁରୀଟି ୬ଥର ଆଇଭିଏଫ ଗର୍ଭଧାରଣ ପରେ ଜନ୍ମ ହୋଇଛି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏହି ସଫଳତା ପାଇବା ପରେ ଦେଶରେ ଆଇଭିଏଫ୍ ଟେକ୍ନୋଲୋଜି ଆଉ ପାଦେ ଆଗେଇଛି ।
Powered by Froala Editor