ଦେଶରେ ଦିନକରେ ୧୬,୩୨୬ ସଂକ୍ରମିତ, ୬୬୬ ମୃତ
ନୂଆଦିଲ୍ଲୀ: ଦେଶରେ ପୁଣି କାୟା ମେଲାଉଛି କୋରୋନା । କିଛି ଦିନ ଧରି ୧୫ ହଜାର ତଳକୁ ସଂକ୍ରମଣ ଥିବା ବେଳେ ଗତ ଦୁଇ ଦିନ ଧରି ପୁଣି ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ହଜାର ୩୨୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬୬ ଜଣଙ୍କ ଜୀବନ ନେଇଛି କିଲର ଭାଇରସ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଦିନକ ମଧ୍ୟରେ ୧୭,୬୭୭ ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩ କୋଟି ୩୫ ଲକ୍ଷ ୩୨ ହଜାର ୧୨୬ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ ୧ ଲକ୍ଷ ୭୩ ହଜାର ୭୨୮ଟି ସକ୍ରିୟ ମାମଲା ରହିଛି । ଅନ୍ୟପକ୍ଷରେ ଆରୋଗ୍ୟ ହାର ୯୮.୧୬% ରହିଥିବା ଜଣାଯାଇଛି ।
Powered by Froala Editor