ସୁଧୁରୁଛି ଉତ୍ତରାଖଣ୍ଡ ସ୍ଥିତି: ପୁଣି ଆରମ୍ଭ ହେଲା ଚାରିଧାମ ଯାତ୍ରା
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିଭିନ୍ନ ସ୍ଥାନରେ ଭୂସ୍ଖଳନରେ ରାସ୍ତା ଧସି ପଡିବାରୁ ଯାତାୟତ ମଧ୍ୟ ବନ୍ଦ ହୋଇଯାଇଥିଲା । ଏପରିକି ଚାରି ଧାମ ଯାତ୍ରାବନ୍ଦ କରାଯାଇଥିଲା । କିନ୍ତୁ ପରିସ୍ଥିତି ସୁଧୁରିବା ପରେ ପୁଣି ଆରମ୍ଭ ହୋଇଛି ଚାରିଧାମ ଯାତ୍ରା । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ସମୀକ୍ଷା ବୈଠକ ପରେ ଚାରିଧାମ ଯାତ୍ରା ଆରମ୍ଭ କରିବାକୁ ପୋଲିସ ମହାନିର୍ଦ୍ଦେଶକ ଅଶୋକ କୁମାର ସୂଚନା ଦେଇଛିନ୍ତି ।
ପ୍ରବଳ ବର୍ଷା ସହ ପାହାଡରୁ ମାଟି ଧସିବା ଫଳରେ ଅକ୍ଟୋବର ୧୭ରୁ ୧୯ ପର୍ଯ୍ୟନ୍ତ ତିନି ଦିନ ପାଇଁ ଯାତ୍ରା ସ୍ଥଗିତ ରହିଥିଲା। ପାଣିପାଗ ବିଭାଗ ସୂଚନା ଦେବାପରେ ଉତ୍ତରାଖଣ୍ଡ ସିଏମ ଆସନ୍ତା ୩ ଦିନ ପାଇଁ ଚାରିଧାମ ଯାତ୍ରା ବନ୍ଦ କରିବାକୁ ନିବେଦନ କରିଥିଲେ। ହେଲେ ରାସ୍ତା ଘାଟ ସବୁ ସଫା ହେବା ପରେ ପୁଣି ତିର୍ଥ ଯାତ୍ରା ଆରମ୍ଭ ହୋଇଛି। ଅଧା ରାସ୍ତାରେ ଫସି ରହିଥିବା ତୀର୍ଥଯାତ୍ରୀ ମାନେ କେଦାରନାଥ ଅଭିମୁଖେ ବାହାରିଛନ୍ତି। ଅନ୍ୟପଟେ ମାଟି ଧସିବା ଯୋଗୁଁ ଅଟକିଥିବା ଗାଡି ସହ ତୀର୍ଥ ଯାତ୍ରୀମାନେ ଆଜି ଠାରୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ଆରମ୍ଭ କରିଛନ୍ତି।
Powered by Froala Editor