ଖୋର୍ଦ୍ଧାରେ ଦିନକେ ୧୧୩୨ ଚିହ୍ନଟ

ଭୁବନେଶ୍ୱର : କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ବିଶେଷକରି ଖୋର୍ଦ୍ଧାର ସ୍ଥିତି ସଂଗୀନ ହୋଇପଡ଼ିଛି । ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଅଧିକ ସଂଖ୍ୟାରେ ବଢ଼ୁଥିବାରୁ ଖୋର୍ଦ୍ଧା ସ୍ଥିତି ଭୟଙ୍କର ହୋଇଯାଇଛି । ଗତ ୨୪ ଘଂଟା ମଧ୍ୟରେ ଖୋର୍ଦ୍ଧାରେ ୧୧୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ବାଲୁଗାଁ, ଚିଲିକା ଭଳି ଅଂଚଳରୁ ବହୁ ସଂଖ୍ୟକ ଲୋକ ବାହାରକୁ ଯାଇଥିବାବେଳେ ସେମାନେ ଏବେ ଫେରିବା ଆରମ୍ଭ କରିଛନ୍ତି । ଫଳରେ ପ୍ରଶାସନ ଅତ୍ୟନ୍ତ ସତର୍କତାର ସହ ପଦକ୍ଷେପ ଗ୍ରହଣ କରିଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୩୬, ବାଲେଶ୍ୱରରେ ୭୮, ବରଗଡ଼ରେ ୨୩୬, ଭଦ୍ରକରେ ୭୧, ବଲାଙ୍ଗୀରରେ ୨୨୬, ବୌଦ୍ଧରେ ୩୮, କଟକରେ ୩୬୦, ଦେବଗଡ଼ରେ ୩୧, ଢେଙ୍କାନାଳରେ ୧୭, ଗଜପତିରେ ୫୫, ଗଞ୍ଜାମରେ ୧୩୫, ଜଗତସିଂହପୁରରେ ୬୩, ଯାଜପୁରରେ ୧୫୪, ଝାରସୁଗୁଡ଼ାରେ ୩୫୫, କଳାହାଣ୍ଡିରେ ୪୫୨, କନ୍ଧମାଳରେ ୨୩, କେନ୍ଦ୍ରାପଡ଼ାରେ ୪୮, କେନ୍ଦୁଝରରେ ୨୦୫, ଖୋର୍ଦ୍ଧାରେ ୧୧୩୨, କୋରାପୁଟରେ ୪୫, ମାଲକାନାଗିରିରେ ୧୬, ମୟୂରଭଞ୍ଜରେ ୧୩୬, ନବରଙ୍ଗପୁରରେ ୨୦୭, ନୟାଗଡ଼ାରେ ୯୯, ନୂଆପଡ଼ାରେ ୪୫୯, ପୁରୀରେ ୨୮୬, ରାୟଗଡ଼ାରେ ୧୦୫, ସମ୍ବଲପୁରରେ ୨୨୯, ସୋନପୁରରେ ୯୯, ସୁନ୍ଦରଗଡ଼ରେ ୪୨୭ ଓ ରାଜ୍ୟ ପୁଲରେ ୨୪୧ ଜଣ ଆକ୍ରାନ୍ତ ହୋଇଛନ୍ତି ।
Powered by Froala Editor