ମନୀଷ ମୃତୁ୍ୟ ମାମଲାରେ ୩ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରଗଙ୍କ ସନେ୍ଦହଜନକ ମୃତୁ୍ୟ ରହସ୍ୟର ସତ୍ୟତା ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିଲା । ତେବେ ମନୀଷ ଆତ୍ମହତ୍ୟା କରିନାହାଁନ୍ତି, ତାଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସକୁ ପ୍ରମାଣ ମିଳିଛି । ମନୀଷଙ୍କ ସାଙ୍ଗମାନେ ତାଙ୍କୁ ହତ୍ୟା କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ସିସିଟିଭ ଫୁଟେଜରେ ହତ୍ୟାକାରୀଙ୍କ ଗତିବିଧି ରେକର୍ଡ ହୋଇଛି । ତେବେ ଏହି ଘଟଣାରେ ସଂପୃକ୍ତ ଥିବା ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଦିନେସ ମହାପାତ୍ର, ମୃତୁ୍ୟଞ୍ଜୟ ମିଶ୍ର, ଅମ୍ରିତ ବିଶ୍ୱାଳ । ଏହି ତିନି ଜଣଙ୍କୁ ହତ୍ୟା ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।
ତେବେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇପାରେ । ସୂଚନା ଅନୁସାରେ ଶନିବାର ମନୀଷ, ମୃତଞ୍ଜୟ ଓ ଦିନେସ ହୋଟେଲ ସାଉଥସିଟିକୁ ଯାଇଥିଲେ । ସେଠାରେ ବିଲ ପେମେଣ୍ଟକୁ ନେଇ ବଚସା ହୋଇଥିଲା । ଏଥିପାଇଁ ମନୀଷଙ୍କୁ ହୋଟେଲ କର୍ମଚାରୀ ଅଟକ ରଖିଥିଲେ । ଅନ୍ୟପଟେ ରବିବାର ଭୋର ୪.୧୧ ମିନିଟରେ ମନୀଷ ବାପା ନବୀନ ଦାସଙ୍କୁ ଫୋନ କରି ତାଙ୍କୁ ମାଡ ମରାଯାଉଥଇବା କହିଥିଲେ । ଏହାପରେ ପାତ୍ରପଡାର ଏକ ପୋଖରୀରୁ ମନୀଷଙ୍କ ମୃତଦେହ ମିଳିଥିଲା ।
Powered by Froala Editor