ଚଳିତବର୍ଷ ଜନ୍ମଦିନ ପାଳିବେନି ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । କିନ୍ତୁ ଏହି କରୋନା ମହାମାରୀ ସମୟରେ ଚଳିତବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାବାସୀଙ୍କ ଭଲ ପାଇବା, ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସବୁବେଳେ ଋଣି । କୋଭିଡ୍ ଯୋଗୁଁ ଗତ ଦେଢ ବର୍ଷ ହେଲା ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ । ଏବଂ ଏହି ସ୍ଥିତି ଅନେକ ଲୋକ ତାଙ୍କ ପ୍ରିଅୟ ଲୋକଙ୍କୁ ହରାଇ ଅତି ଦୁଃଖରେ ଅଛନ୍ତି ।
ତେଣୁ ନବୀନ ନିବାସ ନ ଆସି ରକ୍ତଦାନ ଭଳି ମହତ୍ କାର୍ୟ୍ରରେ ସମସ୍ତେ ସାମିଲ କରିବା ଏବଂ କୋଭିଡ଼ ଯୋଗୁଁ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କଲେ କୁଁ ଅଧିକ ଖୁସି ହେବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
Powered by Froala Editor