ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ
ଭୁବନେଶ୍ବର: ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ରାଜଧାନୀର ଲୋୟର ପିଏମଜି ଛକରେ ଦୁର୍ଘଟଣା ଘଟିଥିବା ସୂଚନା । ଦୁର୍ଘଟଣାରେ ବିଧାୟକଙ୍କ ଗାଡି ୨୫ ଫୁଟ ଉପରକୁ ଉଠି ଯାଇଥିବା ଜଣାପଡିଛି ।
ଏଥିରେ ବିଧାୟକଙ୍କ ରୋଷେୟା ଏବଂ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବୁଧବାର ବିଳମ୍ବିତ ରାତିରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିରେ ବିଧାୟକ ନଥିବା ସୂଚନା ମିଳିଛି ।
Powered by Froala Editor