କେମିତି କରାଯିବ ମାଟ୍ରିକ ମୂଲ୍ୟାୟନ

ଭୁବନେଶ୍ୱର: କରୋନାର ଭୟ ଭିତରେ ଆଜି ଏକ ବଡ଼ ଖବର ସାମନାକୁ ଆସିଛି । ମାଟ୍ରିକ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଦେଇଛନ୍ତି । ମାଦ୍ରାସା ପରୀକ୍ଷାକୁ ମଧ୍ୟ ରାଜ୍ୟ ସରକାର ବାତିଲ କରିଛନ୍ତି । ସିବିଏସଇ ଓ ସିଆଇଏସସିଇ ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ପରେ ଓଡ଼ିଶା ସରକାର ମଧ୍ୟ ସମାନ ପନ୍ଥା ଆପଣାଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାଟ୍ରିକ ପରୀକ୍ଷାକୁ ବାତିଲ କରିଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି ।ତେବେ ବୋର୍ଡର ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ପରୀକ୍ଷା ଫଳ ଘୋଷଣା ହେବ । ପରୀକ୍ଷା ଫଳକୁ ନେଇ ଅସହମତି ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ଏହାଛଡ଼ା କରୋନା ସ୍ଥିତି ପ୍ରଶମିତ ହେଲେ ପରୀକ୍ଷା ପାଇଁ ସୁଯୋଗ ମିଳିବ ବୋଲି ସେ କହିଛନ୍ତି ।
ତେବେ ମାଟ୍ରିକ ମୂଲ୍ୟାୟନ କେମିତି କରାଯିବ ତାକୁ ନେଇ ଏବେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ଶହେ ଦିନିଆ ପାଠ୍ୟକ୍ରମ ରହିଥିଲା । ଏହାରି ଭିତରେ ସ୍କୁଲ ପକ୍ଷରୁ ୪ଟି ପ୍ରି ବୋର୍ଡ ପରୀକ୍ଷା କରାଯାଇଛି । ୪ଟି ପ୍ରି-ବୋର୍ଡ ପରୀକ୍ଷାରୁ ସର୍ବାଧିକ ନମ୍ବର ବିଚାରକୁ ନିଆଯିବ ବୋଲି ଚର୍ଚ୍ଚା ହେଉଛି । ପ୍ରି-ବୋର୍ଡ ପରୀକ୍ଷାର ସର୍ବାଧିକ ନମ୍ବର ଆଧାରରେ ମୂଲ୍ୟାଙ୍କନ ହେବ ବୋଲି କୁହାଯାଉଛି । ମୂଲ୍ୟାଙ୍କନ ପାଇଁ ବୋର୍ଡ କର୍ତ୍ତୃପକ୍ଷ ଏଭଳି ପଦ୍ଧତି ଆପଣାଇପାରନ୍ତି ବୋଲି ଶିକ୍ଷାବିତଙ୍କ ମହଲରେ ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷରେ ପରୀକ୍ଷା ଫଳକୁ ନେଇ ଅସହମତି ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ପରୀକ୍ଷା ହେବ । ଏହାଛଡ଼ା କରୋନା ସ୍ଥିତି ପ୍ରଶମିତ ହେଲେ ପରୀକ୍ଷା ପାଇଁ ସୁଯୋଗ ମିଳିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
Powered by Froala Editor