ଫିଲ୍ମରୁ ପ୍ରେରଣା : ଏଣିକି ସ୍କୁଲ୍ରୁ ହଟିବ ‘ବ୍ୟାକ୍ ବେଞ୍ଚ’, ନୂଆ ଢାଞ୍ଚରେ ହେବ ପାଠପଢା

ଏଣିକି ସ୍କୁଲମାନଙ୍କରେ ୟୁ ଢାଞ୍ଚାରେ ଅର୍ଥାତ ଅର୍ଦ୍ଧ ବୃତ୍ତାକାର ହୋଇ ଛାତ୍ରଛାତ୍ରୀ ବସି ପାଠ ପଢିବେ । ଯାହା ଫଳରେ ଶିଷକ ଏକ ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉପରେ ଧ୍ୟାନ ଦେଇପାରିବେ। ଏଭଳି ଏକ ନୂଆ ଢାଞ୍ଚା ଆପଣାଇବାକୁ ଯାଉଛନ୍ତି କେରଳ ସରକାର ।
ଭିନେଶ ବିଶ୍ବନାଥଙ୍କ ନିର୍ଦ୍ଦେଶିତ ମାଲାୟାଲାମ ଫିଲ୍ମ ‘ସ୍ଥାନାର୍ଥୀ ଶ୍ରୀକୁଟାନ’ ଦେଖିବା ପରେ କେରଳର ସ୍କୁଲ ଗୁଡ଼ିକ ଏଭଳି ଅନୁପ୍ରାଣିତ ହୋଇଛନ୍ତି । ଏହି ଚଳଚ୍ଚିତ୍ର ଦ୍ବାରା ଅନୁପ୍ରାଣିତ ହୋଇ କେରଳ ସରକାର ପ୍ରାଥମିକ ପର୍ଯ୍ୟାୟରେ ୫ଟି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ବୃତ୍ତାକାର ବସାଇ ଶିକ୍ଷା ଦିଆଯାଉଛି । ଆଗାମୀ ଦିନରେ ସବୁ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ସୂଚନା ରହିଛି ।
କେରଳରେ ଏଣିକି ସବୁ ସ୍କୁଲରେ ପିଲା ଏମିତି U ଆକାରରେ ବସିବେ । ରିଲରୁ ରିଅଲ ହେବ ଘଟଣା । ସ୍କୁଲରେ ପାଟପଢା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ପ୍ରେରଣା ଦେଲା ଫିଲ୍ମ କାହାଣୀ । ଯେଉଁ ପ୍ରେରଣା ବଳରେ ଶ୍ରେଣୀରେ ଆସିବ ସମାନତା, କେହି ଭାବିବେନି ପଛୁଆ କି ଆଗୁଆ ।
ତେବେ ‘ବ୍ୟାକ୍ ବେଞ୍ଚରସ’ ହଠାଇବା ନେଇ କେରଳ ସରକାରଙ୍କ ଏ ଆଗ୍ରହକୁ ଦେଖିବା ପରେ ଅନେକ ସେହି ବ୍ୟବସ୍ଥା ସ୍କୁଲରେ ଲାଗୁଥାଉ ବୋଲି ସୋସିଆଲ ମିଡିଆରେ କହିଛନ୍ତି ।
‘ବ୍ୟାକ୍ ବେଞ୍ଚରସ’ଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । କେହି କେହି କୁହନ୍ତି ପଛରେ ବସୁଥିବା ପିଲାଏ ପାଠରେ ଏତେ ପ୍ରବୀଣ ନଥାନ୍ତି । ଏଣିକି ସ୍କୁଲରୁ ହଟିବ ପଛ ଧାଡ଼ି ବ୍ୟବସ୍ଥା । ଆଉ ପିଲାଏ ପଛକୁ ପଛ କରି ବସିବେନି ।
Powered by Froala Editor