ଲଦାଖଲେ ଦଲାଇ ଲାମା, ଚୀନ୍ ଖପ୍ପା

ଦଲାଇଲାମାଙ୍କ ଉତ୍ତରାଧିକାରୀ ଉପରେ ଚୀନ୍ ପୂର୍ବରୁ ଖପ୍ପା ହୋଇ ରହିଛି । ତେଣୁ ଏବେ ତାଙ୍କର ଲଦାଖ ଗସ୍ତ ଚୀନ୍କୁ ପୁଣି ରାଗିଯାଇପାରେ। ଦଲାଇ ଲାମା ଏକ ମାସ ଧରି ଲଦାଖରେ ରହିବା ପାଇଁ ହିମାଚଳ ପ୍ରଦେଶର ଧର୍ମଶାଳାରୁ ଭାରତୀୟ ବାୟୁସେନାର ଏକ ବିମାନରେ ପହଞ୍ଚିଛନ୍ତି।
ଦଲାଇଲାମା ଶନିବାର ହିମାଚଳପ୍ରଦେଶର ଧର୍ମଶାଳାରୁ ଏକ ମାସ ଧରି ଲଦାଖରେ ପହଞ୍ଚିଥିଲେ। ସେ ଭାରତୀୟ ବାୟୁସେନାର C-୧୩୦ବିମାନ ମାଧ୍ୟମରେ ଲେହ ବିମାନବନ୍ଦରରେ ପହଞ୍ଚିଥିଲେ। ଲେହ ବିମାନବନ୍ଦରରେ ତାଙ୍କ ବିମାନ ଅବତରଣ କରିବା ମାତ୍ରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବାହାରକୁ ନିଆଯାଇଥିଲା।
ଭାରତ ସରକାର ଚଳିତ ବର୍ଷ ଦଲାଇଲାମାଙ୍କୁ Z+ ବର୍ଗର ସୁରକ୍ଷା ଯୋଗାଇ ଦେଇଛନ୍ତି। ତାଙ୍କୁ ଲେହ ବିମାନବନ୍ଦରରେ CRPF କମାଣ୍ଡୋଙ୍କ ସୁରକ୍ଷାରେ ବାହାରକୁ ଅଣାଯାଇଥିଲା। ଏହା ବ୍ୟତୀତ, ଲଦାଖ ପୋଲିସ ମଧ୍ୟ ତାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ଦଲାଇଲାମା ଏକ ମାସ ପାଇଁ ଲଦାଖରେ ରହିବେ ଏବଂ ଏହି ସମୟ ମଧ୍ୟରେ ସେ ସାଧାରଣ ସଭା ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ।
ଏହି ମାସରେ ଦଲାଇ ଲାମା ତାଙ୍କର ୯୦ ତମ ଜନ୍ମଦିନ ପାଳନ କରିଥିଲେ। ଏବେ ତାଙ୍କ ଉତ୍ତରାଧିକାରୀଙ୍କୁ ନେଇ ଆଲୋଚନା ତୀବ୍ର ହୋଇଛି। ଦଲାଇ ଲାମାଙ୍କ ଘୋଷଣାରେ ଚାଇନା ରାଗିଛି ଯେ ତାଙ୍କ ଉତ୍ତରାଧିକାରୀ ଚୟନ କରିବାର ଦାୟିତ୍ୱ ଗାଡେନ ଫୋଡ୍ରଙ୍ଗ ଟ୍ରଷ୍ଟର। ଦଲାଇ ଲାମାଙ୍କ ଘୋଷଣା ପରେ, ଚାଇନା କହିଛି ଯେ ସରକାରଙ୍କ ଅନୁମୋଦନ ବିନା ଦଲାଇ ଲାମାଙ୍କ ଉତ୍ତରାଧିକାରୀ ନିଯୁକ୍ତ କରାଯାଇପାରିବ ନାହିଁ।
Powered by Froala Editor