ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

ପ୍ରଥମ ପ୍ରକାର ଧୂମ ହେଲା ଯାହା ଧୂମପାୟୀ ବ୍ୟକ୍ତିର ଶରୀରକୁ ଯାଏ। ଦ୍ୱିତୀୟ ପ୍ରକାର ଧୂମ ହେଲା ଯାହା ଧୂମପାୟୀ ବ୍ୟକ୍ତି ବାହାରକୁ ଛାଡ଼ିଥାଏ ଏବଂ ସେ ବ୍ୟବହାର କରୁଥିବା ଜଳନ୍ତା ସିଗାରେଟ୍ କିମ୍ବା ବିଡିର ଅଂଶରୁ ବାହାରୁଥିବା ଧୂଅଁା। ପରିସଂଖ୍ୟାନ ତଥ୍ୟାନୁଯାୟୀ ଗୋଟିଏ ମାତ୍ର ସିଗାରେଟ୍ ପାନ କଲେ ଆମ ଜୀବନରୁ ୧୧ ମିନିଟ୍ କ୍ଷୟ ହୋଇଥାଏ। ସମସ୍ତ ପ୍ରକାର ହୃଦ୍ରୋଗଜନିତ ରୋଗର ୨୦ ପ୍ରତିଶତ ଧୂମପାନ ଯୋଗୁ ହୋଇଥାଏ। ଆମ ଦେଶରେ ପ୍ରତିବର୍ଷ ହାରାହାରି ୧୦ ଲକ୍ଷରୁ ଅଧିକ ଲୋକ ଧୂମପାନଜନିତ ରୋଗରେ ମୃତ୍ୟୁବରଣ କରିଥାଆନ୍ତି। ନିୟମିତ ଧୂମପାନ କଲେ ହୃଦ୍ରୋଗ, ଫୁସ୍ଫୁସ୍ଜନିତ ରୋଗ ସହିତ ଅନ୍ଧତ୍ୱ, ଦ୍ୱିତୀୟ ପ୍ରକାର ମଧୁମେହ (ଟାଇପ-୨ ଡାଇବେଟିସ୍), ଉଚ୍ଚ ରକ୍ତଚାପ, ଯୌନ ଅକ୍ଷମତା, ହାଡର ଦୁର୍ବଳତା ଏପରି କି ଜନ୍ମିତ ଶିଶୁର ବିକଳାଙ୍ଗତା ଇତ୍ୟାଦି ହୋଇଥାଏ। ଧୂମପାନ ଫୁସ୍ଫୁସ୍କୁ କ୍ଷତି ପହଞ୍ଚାଇବା ସହିତ ସ୍ବାସ୍ଥ୍ୟାବସ୍ଥାକୁ ଅଧିକ ମାତ୍ରାରେ କ୍ଷତି କରିଥାଏ। ତମାଖୁର ସୂକ୍ଷ୍ମ କଣିକା ଶରୀର ମଧ୍ୟକୁ ଯାଇ ନିମୋନିଆ,ଏମଫିସିମା, ହୃଦ୍ରୋଗ, ଉଚ୍ଚ ରକ୍ତଚାପ ଓ କ୍ୟାନ୍ସର ପରି ଜୀବନନାଶକ ରୋଗ ସୃଷ୍ଟି କରିଥାଏ। ପ୍ରକାର ଭେଦରେ ତମାଖୁ ଧୂମବିହୀନ ଏବଂ ଧୂମଯୁକ୍ତ-ଏହି ଦୁଇ ପ୍ରକାରର ଅଟେ। ଧୂମବିହୀନ ତମାଖୁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ। ଧୂମପାନ ତ୍ୟାଗ ଅତ୍ୟନ୍ତ ଉପକାରୀ ହୋଇଥାଏ। ଧୂମପାନ ତ୍ୟାଗର ମାତ୍ର କେଇ ମାସ ମଧ୍ୟରେ ଅନେକ ଉନ୍ନତି ମିଳିଥାଏ। ଏହାଦ୍ୱାରା ଉଚ୍ଚ ରକ୍ତଚାପ ହ୍ରାସ, କଫ ଓ କାଶରେ କମ୍ ଏବଂ ନିଃଶ୍ୱାସ ନେବାରେ କ୍ଷମତା ବଢ଼ିଥାଏ। ତେଣୁ ଏଭଳି ଅଭ୍ୟାସଠାରୁ ନିଜକୁ ଯେତେ ଦୂରେଇ ରଖିବେ ତାହା ସେତେ ଭଲ।
Powered by Froala Editor