ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ଚଢ଼ିଗଲା କାର

ନୂଆଦିଲ୍ଲୀ : ଦିଲ୍ଲୀ ବସନ୍ତ ବିହାରରେ ଅଭାବନୀୟ ଘଟଣା ଘଟିଛି। ଫୁଟପାଥ୍ ରେ ଶୋଇଥିବାବେଳେ ୫ ଜଣଙ୍କ ଉପରେ କାର ଚଢି ଯାଇଛି। ବସନ୍ତ ବିହାରର ଶିବ କ୍ୟାମ୍ପ ସାମ୍ନାରେ ଥିବା ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ନିକଟରେ ଏହି ଅଘଟଣ ଘଟିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି। ଏହି ଘଟଣାରେ ଅଭିଯୁକ୍ତ ଡ୍ରାଇଭର ଉତ୍ସବ ଶେଖରଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor