୧୫ ତାରିଖରେ ପୃଥିବୀକୁ ଫେରିବେ ଶୁଭାଂଶୁ

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାଇଥିବା ପ୍ରଥମ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ଫେରିବାର ତାରିଖ ସ୍ଥିର ହୋଇଛି। ଆଇଏସ୍ଏସ୍ରେ ୧୮ ଦିନ ରହିବା ପରେ ଶୁଭାଂଶୁ ଶୁକ୍ଲା ଆସନ୍ତା ୧୫ ତାରିଖ ଭାରତୀୟ ସମୟ ଅପରାହ୍ନ ୩ଟାରେ ଆକ୍ସିଓମ-୪ ମିଶନର ନିଜର ୩ ସାଥୀ କ୍ରିଉ ସଦସ୍ୟ ପେଗୀ ହ୍ବିଟ୍ସନ୍, ସ୍ଲାଓଜ୍ ଉଜ୍ନାନ୍ସ୍କୀ ଏବଂ ଟିବୋର କାପୁଙ୍କ ସହ ଆମେରିକାର ଫ୍ଲୋରିଡାସ୍ଥିତ କାଲିଫର୍ନିଆ ଉପକୂଳରେ ଅବତରଣ କରିବେ। ଏକ ସଫଳ ମହାକାଶ ଯାତ୍ରା ପରେ, ସେ ପୃଥିବୀକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି।
ଏହି ମିଶନ ‘ଆକାଶ ଗଙ୍ଗା’ ହେଉଛି ଆକ୍ସିଅମ୍ ସ୍ପେସ୍ ଇନକର୍ପୋରେଟେଡ୍, ନାସା ଏବଂ ଇସ୍ରୋ ମଧ୍ୟରେ ସହଯୋଗର ଫଳାଫଳ। ଏହି ମିଶନ ଭାରତର ମାନବ ମହାକାଶ ମିଶନ (ଗଗନୟାନ)ର ମୂଳଦୁଆକୁ ମଜବୁତ କରିଛି।
ଇସ୍ରୋ ସ୍ପଷ୍ଟ କରିଛି ଯେ, ୧୫ ଜୁଲାଇ, ୨୦୨୫ ଦିନ ଅପରାହ୍ନ ୩:୦୦ (IST) ସମୟରେ କାଲିଫର୍ନିଆ ଉପକୂଳ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ କ୍ରୁ ଡ୍ରାଗନ୍ ସ୍ପେସକ୍ରାଫ୍ଟର Splashdown ହେବ। ଏହା ପୂର୍ବରୁ, ୧୪ ଜୁଲାଇ ଅପରାହ୍ନ ୪:୩୦ (IST) ସମୟରେ ISS ରୁ ସ୍ପେସକ୍ରାଫ୍ଟର ଅନଡକ୍ ହେବ।
ଇସ୍ରୋର ଫ୍ଲାଇଟ ସର୍ଜନଙ୍କ ପକ୍ଷରୁ ଲଗାତର ଭାବେ ଶୁଭାଂଶୁଙ୍କ ସାମଗ୍ରିକ ସ୍ବାସ୍ଥ୍ୟ ଏବଂ ଫିଟନେସ୍ର ନିରନ୍ତର ଯାଞ୍ଚ୍ କରାଯାଉଛି। ଶୁଭାଂଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି ଏବଂ ତାଙ୍କ ମନୋବଳ ମଧ୍ୟ ଉଚ୍ଚ ରହିଥିବା ଇସ୍ରୋ କହିଛି।
Powered by Froala Editor