କଂଗ୍ରେସ ଭବନରେ ଅଶାନ୍ତି ସୃଷ୍ଟି, ଭଙ୍ଗାରୁଜା, ପଛରେ କାହା ହାତ ?

ଭୁବନେଶ୍ୱର : କଂଗ୍ରେସରେ ସବୁ କିଛି ଠିକଠାକ ଚାଲୁନାହିଁ । ଗତ କିଛିମାସ ଧରି ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ବାରବାର କଂଗ୍ରେସ ଭବନରେ ଅଶାନ୍ତି ସୃଷ୍ଟି ହେଉଛି । ଆଜି ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ଯୁବ କଂଗ୍ରେସ ଅଫିସର ତାଲା ଭାଙ୍ଗି କିଛି ଯୁବକ ଭଙ୍ଗାରୁଜା କରିଛନ୍ତି । ଭଙ୍ଗାରୁଜା କରିବା ପରେ ସେମାନେ କଂଗ୍ରେସ ଅଫିସରୁ ପଳାଇଥିବା ଜଣାପଡ଼ିଛି । ଯାହାକୁ ନେଇ ଚର୍ଚ୍ଚା ଜୋରଧରିଛି ।
ସୂଚନାଯୋଗ୍ୟଯେ, ଶ୍ରୀ ବେହେରା ଫେସବୁକ ଲାଇଭରେ କହିଛନ୍ତିଯେ, ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କା ଓ ବିଶ୍ୱ ରଂଜନ ମହାନ୍ତିଙ୍କର କୌଣସି ସ୍ଥାନରେ ସ୍ଥିତି ନାହିଁ । ସେମାନେ କଂଗ୍ରେସ ଦଳ ଭାଙ୍ଗିବାକୁ ଚାହୁଁଛନ୍ତି । ଅଯଥା ଛାତ୍ର କଂଗ୍ରେସ ରାଜନୀତିରେ ମୁଣ୍ଡ ଖେଳାଉଛନ୍ତି ବୋଲି କହି ନିହାର କ୍ଷୋଭ ପ୍ରକାଶ କରିଛନ୍ତି ।
ସେ ଆହୁରି କହିଛନ୍ତିଯେ, ଆମେ ଛାତ୍ର କଂଗ୍ରେସ ଜରିଆରେ କଂଗ୍ରେସକୁ ସଜାଡ଼ିବା ପାଇଁ କାମ କରୁଛୁ । ଯଦି ଦୁଇ ନେତାଙ୍କର କଂଗ୍ରେସକୁ ଆଗକୁ ନେବାର ଆଗ୍ରହ ନାହିଁ ତେବେ ନୀରବ ରହିବା ଦରକାର । ଯିଏ ପିସିସି ସଭାପତି ହେଲେ ବି ସେ ଦୁଇ ନେତା କଂଗ୍ରେସ ଭବନକୁ ଯାଇପାରିବେ ନାହିଁ । ଦୁଇ ଜଣଙ୍କୁ ଦୃଢ଼ ବିରୋଧ କରାଯିବ । ସେମାନଙ୍କର ନବୀନ ବାବୁଙ୍କୁ ଅଣ୍ଡା ମାରିବାକୁ ତାକତ ଅଛି । ତେଣୁ ଶ୍ରୀ ମହାନ୍ତି ଓ ଶ୍ରୀ ଲେଙ୍କାଙ୍କୁ କଂଗ୍ରେସ ଭବନରେ ପୂରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏପରିକି ଘରେ ପଶି ମାରିବା ପାଇଁ ଧମକ ଦେବାକୁ ବି ସେ ପଛାଇ ନାହାନ୍ତି । ଯାହାକୁ ନେଇ କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ଜୋରଧରିଛି ।
Powered by Froala Editor