ଅନ୍ଧବିଶ୍ୱାସ : ମାନସିକ ପାଇଁ ମା’ଙ୍କ ଆଗରେ ଜିଭ କାଟିଦେଲେ ମହିଳା
ମା’ ଦୁର୍ଗାଙ୍କ ଆରାଧନାରେ ସମସ୍ତେ ମଗ୍ନ ଅଛନ୍ତି । ସମସ୍ତେ ମା ଦୁର୍ଗାଙ୍କୁ ପ୍ରସନ୍ନ କରିବାକୁ ତାଙ୍କର ଆରାଧନାରେ ବୁଡ଼ି ରହିଛନ୍ତି । ହେଲେ ମଧ୍ୟ ପ୍ରଦେଶର ପନ୍ନା ଜିଲ୍ଲାରୁ ଏକ ଭକ୍ତର ଆଶ୍ଚର୍ଯ୍ୟ କରିବା ଭଳି ଖବର ସାମନାକୁ ଆସିଛି। ଯେଉଁଠି ଜଣେ ମହିଳାଙ୍କ ନିଜ ଜିଭ କାଟି ମାଆ ଶାରଦାଙ୍କୁ ଚଢ଼ାଇବାକୁ ପହଞ୍ଚିଥିଲେ । ଉଲ୍ଲେଖନୀୟ ଯେ, ସୋମବାର ପନ୍ନା ଜିଲ୍ଲାର ରାୟଗଡ଼ରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସେଠାରେ ୨୫ ବର୍ଷିୟା ରାମା ନାମକ ମହିଳା ମାନସିକ କରି ନିଜର ଜିଭ କାଟିଦେଇ ଥିଲେ । ଏହାପରେ ମହିଳା ଅଚେତ ହୋଇ ଯାଇଥିଲେ। ଆଶ୍ଚର୍ଯ୍ୟକର କଥା ଏହା ଯେ, ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନନେଇ ଜିଲ୍ଲାର ମେହର ସ୍ଥିତି ଶକ୍ତିପୀଠ ମାଆ ଶାରଦାଙ୍କ ଦରବାର ନେଇ ପହଞ୍ଚିଥିଲେ। ମହିଳାଙ୍କର ପରିବାର ଯେମିତି ମହିଳାଙ୍କୁ ନେଇ ମନ୍ଦିରରେ ପହଞ୍ଚିଲେ ତ ପୂଜାରୀମାନେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇ ଯିବାକୁ ପରାମର୍ଶ ଦେଲେ । ହେଲେ ସେ କାହା କଥା ଶୁଣିନଥିଲେ ଏବଂ ଦେବୀ ମାଆଙ୍କର ପୂଜା ଅର୍ଚ୍ଚନା କରିବାକୁ ଲାଗିଲେ । ମହିଳା ଏହି ସମୟରେ ଦରବାରରେ ଅଚେତ ହୋଇ ପଡ଼ିଥିଲେ । ସୂଚନା ପାଇ ପୁଲିସ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲା । ପ୍ରଶାସନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ କହୁଥିଲେ , ହେଲେ ସେ ଦେବୀ ମାଆଙ୍କ ଆରତୀ ପରେ ଯିବାକୁ ଅଡ଼ି ବସିଲେ ।
Powered by Froala Editor