ରେଖାଙ୍କୁ ‘ଗଡ୍ ମଦର’ କହିଲେ କଙ୍ଗନା
ଆଜି ବଲିଉଡର ଭେଟେରାନ ଅଭିନେତ୍ରୀ ରେଖାଙ୍କ ଜନ୍ମଦିନ । ୯୦ ଦଶକର ଏହି ଅଭିନେତ୍ରୀଙ୍କ ଅନ୍ଦାଜ ସମସ୍ତଙ୍କ ପାଇଁ ପ୍ରେରଣା । ତେବେ ତାଙ୍କ ଜନ୍ମଦିନରେ ପ୍ରଶଂସକମାନେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ସବୁଠୁ ନିଆରା ଅନ୍ଦାଜରେ କ ଙ୍ଗନା ରଣାୱତ ତାଙ୍କୁ ବାର୍ତ୍ତା ପଠାଇଛନ୍ତି । ସେ ତାଙ୍କୁ ନିଜର ‘ଗଡ୍ ମଦର’ ବୋଲି କହିଛନ୍ତି । କଙ୍ଗନା ଇନଷ୍ଟାଗ୍ରାମ ଷ୍ଟୋରୀରେ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି। ଏଥିରେ ରେଖା ଏକ ଗୋଲ୍ଡେନ୍ ରଙ୍ଗର ଶାଢୀ ଏବଂ ଗୋଲାପୀ ରଙ୍ଗର ବ୍ଲାଉଜ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହାସହିତ ସେ ଭାରୀ ଅଳଙ୍କାର ମଧ୍ୟ ପିନ୍ଧିଥିବାର ନଜର ଆସିଛନ୍ତି। ଅନ୍ୟପକ୍ଷରେ, କଙ୍ଗନା ମଧ୍ୟ ଏକ ଗୋଲ୍ଡେନ୍ ଶାଢୀ ପିନ୍ଧିଥିବା ଦେଖିବାକୁ ମିଳିଛି।
Powered by Froala Editor