ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚାରେ ଅନୁଭବ
ଭୁବନେଶ୍ବର: ଅଭିନେତା ତଥା ସାଂସଦ ଅନୁଭବ ତାଙ୍କ ଇନଷ୍ଟା ପେଜରେ ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି । ଯେଉଁଠି ସେ ନିଜର ଘନିଷ୍ଠ ବାନ୍ଧବୀଙ୍କ ସହ ଭୋଜନ କରୁଥିବା ଦେଖିବାକୁ ମିଳିଛି । ସେ ଏହି କ୍ୟାପସନରେ ଲେଖିଛନ୍ତି, 'ମୋର ବନ୍ଧୁ, ଆପଣଙ୍କ ଭଳି ଏକ ଆତ୍ମନିର୍ଭରଶୀଳ, ସଶକ୍ତ ମହିଳାଙ୍କୁ ଭେଟିବା ସର୍ବଦା ସୁନ୍ଦର ଲାଗେ । ଆଗକୁ ବଢି ଚାଲ ।'
ଅନୁଭବ ଜାଗୃତିଙ୍କ ସହିତ ଡିନର କରୁଥିବା ସମୟର ଏକ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହାର କ୍ୟାପସନରେ ଅନୁଭବ ଲେଖିଛନ୍ତି ଯେ, 'ମୋର ବନ୍ଧୁ, ଆପଣଙ୍କ ଭଳି ଏକ ଆତ୍ମନିର୍ଭରଶୀଳ, ସଶକ୍ତ ମହିଳାଙ୍କୁ ଭେଟିବା ସର୍ବଦା ସୁନ୍ଦର ଲାଗେ। ଆଗକୁ ବଢି ଚାଲ।' ଶେଷରେ ସେ ଥମ୍ପସ-ଅପର ଏକ ଇମୋଜି ମଧ୍ୟ ଲଗାଇଛନ୍ତି । ତେବେ ସାଂସଦ ରାଜଧାନୀ ଦିଲ୍ଲୀରେ ଅଧିକ ସମୟ ରହୁଥିବା ବେଳେ ସେ ନିଜର ନିର୍ବାଚନ କ୍ଷେତ୍ର କେନ୍ଦ୍ରାପଡ଼ା ଓ କଟକସ୍ଥିତ ବାସଭବନକୁ ସମୟ ମିଳିଲେ ଆସନ୍ତି ।ଏହି ଫଟୋରେ ଅନୁଭବ ଦେଶୀ ଷ୍ଟାଇଲରେ ଖାଉଥିବା ବେଳେ ଆଧୁନିକ ଶୈଳୀରେ ଖାଉଛନ୍ତି ଜାଗୃତୀ । ସମାନ ରେସ୍ତୋରାଁରେ ଉଠାଇଥିବା ନିଜର ସିଙ୍ଗଲ ଫଟୋକୁ ଜାଗୃତିଙ୍କ ସହ ଅନୁଭବ ମଧ୍ୟ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ଯାହା ଏବେ ବେଶ ଭାଇରାଲ ହୋଇଛି ।
Powered by Froala Editor