ବିଦ୍ୟାଭରତୀଙ୍କ ନାଁ’ରେ ୩୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ
ଭୁବନେଶ୍ୱର: ଏସିଏଫ୍ ସୌମ୍ୟ ରଞ୍ଜନ ମୃତୁ୍ୟ ମାମଲାର ଏଯାଏ ପ୍ରକୃତ ସତ୍ୟତା ଜଣାପଡୁନାହିଁ । ଦିନ ପରେ ଦିନ ବଢିଚାଲିଥିବାବେଳେ ସୌମ୍ୟଙ୍କ ପରିବାର ଏବେବି ନ୍ୟାୟର ଅପେକ୍ଷାରେ ଅଛନ୍ତି । ଏହାରି ଭିତରେ କ୍ରାଇମବ୍ରାଞ୍ଚର ତଦନ୍ତ ଭାର ନେଇଥିବା ଡିଏସପି ଜ୍ଞାନରଞ୍ଜନ ମିଶ, ସୌମ୍ୟଙ୍କ ପନôୀ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛନ୍ତି । ଏqହି ଚାର୍ଜସିଟ୍ ପାରଳାଖେମୁଣ୍ଡି କୋର୍ଟରେ ପହଞ୍ଚି ସେ ଦାଖଲ କରିଛନ୍ତି । ଏହି ଚାର୍ଜସିଟ୍ ସମସ୍ତ ଲାଏ ଡିଟେକ୍ସନ ରିପୋର୍ଟ ଓ ତଦନ୍ତରୁ ମିଳିଥିବା ତଥ୍ୟକୁ ନେଇ କରାଯାଇଛି ।
ବିଦ୍ୟା ଭାରତୀଙ୍କ ନାଁରେ ୮୦ ରୁ ଅଧିକ ସାକ୍ଷ୍ୟ ପ୍ରମାଣ ପତ୍ର ନେଇ ୩ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି । ମୃତୁ୍ୟ ମାମଲାରେ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନ ଚିଟ୍ ଦେବା ସହ ସୌମ୍ୟଙ୍କ ମୃତୁ୍ୟରେ ଉଭୟଙ୍କ କୌଣସି ସଂପୃକ୍ତି ନଥିବା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ ।
ଏହି ଚାର୍ଜସିଟ୍ ଅନୁସାରେ ସୌମ୍ୟ କିଛି ଅଦରକାରୀ କାଗଜପତ୍ରରେ ନିଆଁ ଲଗାଉଥିବାବେଳେ କିରୋସିନିରୁ ନିଆଁ ଲାଗି ସୌମ୍ୟରଞ୍ଜନ ପୋଡି ଯାଇଥିଲେ ତେବେ କାହିଁକି ସୌମ୍ୟଙ୍କୁ ବଞ୍ଚାଇବା ପାଇଁ ବିଦ୍ୟା କୌଣସି ପଦକ୍ଷପ ନେଲେନି? ବିଦ୍ୟାଭାରତୀଙ୍କ ଅବହେଳା କରିଥିବା ତଦନ୍ତରେ ଜଣା ପଡିଛି । ତେଣୁ ବିଦ୍ୟାଭାରତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।
Powered by Froala Editor