କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଅସୁସ୍ଥ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଅସୁସ୍ଥ ହୋଇ ପଡ଼ିଛନ୍ତି। ସେ ହଠାତ୍ ଅସହଜ ଅନୁଭବ କରିବାରୁ ତାଙ୍କୁ ତତ୍କାଳ ଦିଲ୍ଲୀ ସ୍ଥିତି ଏମ୍ସରେ ଭର୍ତ୍ତି କରାଯାଇଛି। ଶ୍ରୀ ନଡ୍ଡା ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କ ହାର୍ଟର ଏଞ୍ଜିଓଗ୍ରାଫି କରାଯାଇଛି। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି ଓ ସେ ଏମ୍ସର ହୃଦରୋଗ ବିଭାଗର ନୀରିକ୍ଷଣରେ ରହିଛନ୍ତି। ନଡ୍ଡାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏମ୍ସ ପକ୍ଷରୁ ଗୋଟିଏ ବୁଲେଟିନ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ “କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଅସହଜ ଅନୁଭବ କରୁଥିବାରୁ ତାଙ୍କର ଏକାଧିକ ପରୀକ୍ଷା କରାଯାଇଛି। ଗୁରୁବାର ସନ୍ଧ୍ୟାରେ ସେ ଆସିବା ପରେ ପ୍ରଥମେ କୋରୋନାରୀ ଏଞ୍ଜିଓଗ୍ରାଫି କରାଯାଇଥିଲା। ହାର୍ଟରେ ବ୍ଲକେଜ ରହିଛି କି ନାହିଁ, ତା’ର ଯାଞ୍ଚ କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏମ୍ସର ହୃଦରୋଗ ବିଭାଗ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି। ତାଙ୍କୁ କିଛି ଦିନ ନୀରିକ୍ଷଣରେ ରଖାଯିବ।”ଏବେ ସେହି ପରୀକ୍ଷା ନଡ୍ଡାଙ୍କର ହୋଇଛି। କିନ୍ତୁ ବ୍ଲକେଜ ଅଛି କି ନାହିଁ, ସେକଥା ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।
Powered by Froala Editor