JPSC ପରୀକ୍ଷା ଦୁର୍ନୀତି : ଆଉ ୭ ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ
ଝାଡ଼ଖଣ୍ଡ ଲୋକସେବା ଆୟୋଗ (JPSC) ର ୧୪ତମ ସିଭିଲ୍ ସେବା ପରୀକ୍ଷାରେ ଦୁର୍ନୀତି ମାମଲାରେ ସିଆଇଡି ଆଉ ୭ ଜଣଙ୍କୁ ନୂତନ ଅଭିଯୁକ୍ତ ଭାବେ ସାମିଲ କରିଛି । ଏହାପୂର୍ବରୁ ସିଆଇଡି ଏହି ମାମଲାରେ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ।
ସିଆଇଡି ଯେଉଁ ୭ ଜଣ ନୂତନ ବ୍ୟକ୍ତିଙ୍କୁ ଅଭିଯୁକ୍ତ କରିଛି, ସେଥିରେ TDPL ର ଅନ୍ୟ ଜଣେ ନିର୍ଦ୍ଦେଶକ ସତ୍ୟପାଲ ସିହ୍ନା, BSL ର ଜଣେ କର୍ମଚାରୀ ସାନନ୍ଦ ପ୍ରକାଶ, ଯିଏ ଅଭୟ ତିୱାରୀଙ୍କ ସିଣ୍ଡିକେଟ୍ ପାଇଁ ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିଲେ, ରାଞ୍ଚିର ଏକ କୋଚିଂ ସେଣ୍ଟରର ଇଂରାଜୀ ଶିକ୍ଷକ ରବିଶଙ୍କର କୁମାର, ଜଣେ ସରକାରୀ ଶିକ୍ଷକ ସନ୍ତୋଷ ସିଂହଙ୍କ ନାଁ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଅନ୍ୟ ୩ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ କରାଯାଇଛି ।
ପରୀକ୍ଷା ଏବଂ ନିଯୁକ୍ତି ପ୍ରକ୍ରିୟାରେ କଥିତ ଅନିୟମିତତାକୁ ବିରୋଧ କରି ରାଞ୍ଚିର ଜୟପାଳ ସିଂହ ମୁଣ୍ଡା ଷ୍ଟାଡିୟମରେ ଛାତ୍ରଛାତ୍ରୀମାନଙ୍କର ପ୍ରତିବାଦ ଜାରି ରହିଛି । ଛାତ୍ରଛାତ୍ରୀମାନେ ପ୍ରାୟ ଗତ ୨୦ ଦିନ ହେବ ଷ୍ଟାଡିୟମରେ ଧାରଣାରେ ବସିଛନ୍ତି ।
ସିଆଇଡିର କହିବାନୁଯାୟୀ, ତଦନ୍ତ ସମୟରେ ଏହି ଅଭିଯୁକ୍ତମାନଙ୍କୁ ପଚରାଉଚରା ପାଇଁ ସମନ୍ ପଠାଯାଇଥିଲା, କିନ୍ତୁ ସେମାନେ ହାଜର ହୋଇନଥିଲେ । ଏହାପରେ ତଦନ୍ତକାରୀ ସଂସ୍ଥା ସ୍ୱତନ୍ତ୍ର କୋର୍ଟଙ୍କ ଦ୍ୱାରସ୍ଥ ହୋଇ ସମସ୍ତଙ୍କ ବିରୋଧରେ ୱାରେଣ୍ଟ ଜାରି କରାଇଥିଲା ।
Powered by Froala Editor