ଆମେରିକୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
AH-64 Apache ହେଲିକପ୍ଟର ଦୁର୍ଘଟଣାରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି। ଆମେରିକାର ଟେକ୍ସାସରେ ଆମେରିକୀୟ ସେନାର ଏକ ଆପାଚି ହେଲିକପ୍ଟର (AH-64) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି।
ଆମେରିକୀୟ ସେନାର ଏହି ଆପାଚି ଆକ୍ରମଣକାରୀ ହେଲିକପ୍ଟରଟି ଫୋର୍ଟ ହୁଡ୍ରେ ନିୟୋଜିତ ଥିଲା ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଘଟଣାରେ ମୃତ ଦୁଇଜଣ ସେନା ଯବାନଙ୍କ ମୃତଦେହକୁ ଫୋର୍ଟ ହୁଡ୍ସ୍ଥିତ କାର୍ଲ ଆର୍. ଡାର୍ନାଲ୍ ଆର୍ମି ମେଡିକାଲ୍ ସେଣ୍ଟରକୁ ନିଆଯିବ।
ବେଲ୍ କାଉଣ୍ଟି ଶେରିଫ୍ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ବୁଧବାର ଟେକ୍ସାସର ସାଲାଡୋରେ ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟରରେ ଥିବା ଦୁଇଜଣ ସେନା ଯବାନଙ୍କ ଏଥିରେ ମୃତ୍ୟୁ ଘଟିଛି। ସ୍ଥାନୀୟ ସମୟ ପ୍ରାୟ ଦିନ ୧ଟା ୩୦ ମିନିଟ୍ରେ ୯୧୧କୁ ଏକ ଫୋନ୍ କଲ୍ ଆସିଥିଲା। ଏହାପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ହେଲିକପ୍ଟରରେ ଥିବା ଉଭୟ ସେନା ଯବାନଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor