ଲାଲକିଲ୍ଲା କାର୍ ବ୍ଲାଷ୍ଟ ଘଟଣାରେ ଅଲ୍-କାଏଦା ଦାୟୀ
ନଭେମ୍ବର ୨୦୨୫ ରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ପାଇଁ ଅଲ୍-କାଏଦାକୁ ଦାୟୀ କରାଯାଇଛି। ଏହି ଆତଙ୍କୀ ଆକ୍ରମଣ ପାଇଁ ସଂଯୁକ୍ତ ରାଷ୍ଟ୍ର ଅଲ୍-କାଏଦା ଇନ୍ ଦ ଇଣ୍ଡିଆନ୍ ସବକଣ୍ଟିନେଣ୍ଟକୁ ଦାୟୀ କରାଯାଇଛି। ‘ଅଲ୍-କାଏଦା ଇନ୍ ଦ ଇଣ୍ଡିଆନ୍ ସବକଣ୍ଟିନେଣ୍ଟ’ (AQIS), ଯାହା ଏହି ତାଲିକାରେ ସାମିଲ ନୁହେଁ, ଏକ ବିକ୍ଷିପ୍ତ ଗୋଷ୍ଠୀରୁ ଧୀରେ ଧୀରେ ଏକ ଆଞ୍ଚଳିକ ସଂଗଠନ ଭାବେ ନିଜକୁ ପ୍ରତିଷ୍ଠିତ କରିଆସିଛି।
ୟୁଏନ୍ର ନୂଆ ରିପୋର୍ଟ ଅନୁସାରେ, ନଭେମ୍ବର ୨୦୨୫ରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଆତଙ୍କୀ ଆକ୍ରମଣ ପାଇଁ ଅଲ୍-କାଏଦା ଇନ୍ ଦ ଇଣ୍ଡିଆନ୍ ସବକଣ୍ଟିନେଣ୍ଟକୁ ଆଧିକାରିକ ଭାବେ ଦାୟୀ କରାଯାଇଛି। ଏଥିସହ AQIS ବାଂଲାଦେଶରେ ନିଜର ସେଲ୍ ସ୍ଥାପନ କରିବାକୁ ଚେଷ୍ଟା କରୁଥିବା ନେଇ ମଧ୍ୟ ରିପୋର୍ଟରେ ଚିନ୍ତା ପ୍ରକାଶ କରାଯାଇଛି।
ଏଥିରେ କୁହାଯାଇଛି ଅଲ୍-କାଏଦା ସଦସ୍ୟମାନେ କାବୁଲରେ ରହି ସେମାନଙ୍କର କାର୍ଯ୍ୟକଳାପ ଜାରି ରଖିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଲାଲକିଲ୍ଲା ଆତଙ୍କବାଦୀ ଆକ୍ରମଣରେ ଜଡିତ ଅଲ୍-କାଏଦା ଏବେ ଏକ ବଡ଼, ସଂଗଠିତ ଗୋଷ୍ଠୀ ଭାବରେ ନୁହେଁ ବରଂ ଛୋଟ ସେଲ୍, ଲଜିଷ୍ଟିକ୍ସ ଏବଂ ଆର୍ଥିକ ନେଟୱାର୍କ ମାଧ୍ୟମରେ ଏହାର କାର୍ଯ୍ୟକଳାପକୁ ବିସ୍ତାର କରୁଛି।
Powered by Froala Editor