ରାଜ୍ୟରେ ଆଜି ୫ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଜି ୫ ଜଣ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ନୂଆପଡାରୁ ସର୍ବାଧିକ ୨ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଥିବାବେଳେ କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ ହୋଇଥିବା ଜଣାପଡିଛି । ରାଜ୍ୟରେ କରୋନାଜନିତ ମୃତୁ୍ୟସଂଖ୍ୟା ୧୯୫୮କୁ ବୃଦ୍ଧି ପାଇଛି ।
ସୂଚନାଯୋଗ୍ୟଯେ, କରୋନା ସ୍ଥିତି ଅତ୍ୟନ୍ତ ସାଂଘାତିକ ହେବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୮୫୧ ଜଣ କରୋନା ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୨୮୧୪ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୨୦୩୭ ଜଣ ଆକ୍ରାନ୍ତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୧୧, ବାଲେଶ୍ୱରରେ ୫୨, ବରଗଡ଼ରେ ୩୧୮, ଭଦ୍ରକରେ ୭୩, ବଲାଙ୍ଗୀରରେ ୨୨୭, ବୌଦ୍ଧରେ ୨୨, କଟକରେ ୩୦୪, ଦେବଗଡ଼ରେ ୩୫, ଢେଙ୍କାନାଳରେ ୩୧, ଗଜପତିରେ ୩୫, ଗଞ୍ଜାମରେ ୧୫୧, ଜଗତସିଂହପୁରରେ ୩୯, ଯାଜପୁରରେ ୬୪, ଝାରସୁଗୁଡ଼ାରେ ୨୯୦, କଳାହାଣ୍ଡିରେ ୭୯, କନ୍ଧମାଳରେ ୨୭, କେନ୍ଦ୍ରାପଡ଼ାରେ ୫୮, କେନ୍ଦୁଝରରେ ୧୬୬, ଖୋର୍ଦ୍ଧାରେ ୭୦୩, କୋରାପୁଟରେ ୬୨, ମାଲକାନାଗିରିରେ ୩୧, ମୟୂରଭଞ୍ଜରେ ୭୮, ନବରଙ୍ଗପୁରରେ ୧୯୪, ନୟାଗଡ଼ରେ ୬୬, ନୂଆପଡ଼ାରେ ୪୮୬, ପୁରୀରେ ୨୨୩, ରାୟଗଡ଼ାରେ ୮୫, ସମ୍ବଲପୁରରେ ୧୭୧, ସୋନପୁରରେ ୯, ସୁନ୍ଦରଗଡ଼ରେ ୫୧୬, ରାଜ୍ୟ ପୁଲରେ ୧୪୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।
Powered by Froala Editor