ବଦଳି ପରେ ବି କାର୍ଯ୍ୟରେ ଯୋଗ ଦେଉନାହାନ୍ତି ଶିକ୍ଷକ, ପାଠପଢାରେ ବ୍ୟାଘାତ

ଭୁବନେଶ୍ୱର: ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ମାଧ୍ୟମିକ ଶିକ୍ଷା ସେବା (ଏସଇଏସ) ଶିକ୍ଷକଙ୍କୁ ବରିଷ୍ଠ ପାହ୍ୟାକୁ ପଦୋନ୍ନତି ସହ ପ୍ରଧାନଶିକ୍ଷକ ଭାବେ ଅନ୍ୟତ୍ର ବଦଳି କରାଯାଇଛି । ମାତ୍ର ଅଧିକାଂଶ ଶିକ୍ଷକ ବଦଳି ପରେ ବି କାର୍ଯ୍ୟରେ ଯୋଗ ଦେଉନାହାନ୍ତି । ଏମିତିକି ବଦଳିର ଦୁଇ ମାସ ପରେ ମଧ୍ୟ ସେମାନେ ଦାୟିତ୍ୱ ଗ୍ରହଣ କରୁନଥିବା ନଜରକୁ ଆସିଛି । ଯାହାକୁ ନେଇ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି । ନିଦେ୍ର୍ଧଶାଳୟ ଯୁଗ୍ମ ସଚିବ ଏ ନେଇ ମାଲକାନଗିରି ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି ଲେଖିଛନ୍ତି । ଯେଉଁଥିରେ କହିଛନ୍ତି ଯେ ଅଗଷ୍ଟ ୩ରେ ରାଜ୍ୟ ସରକାର ୧୦୯୭ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ଦେଇଥିଲେ । ପଦୋନ୍ନତି ପାଇବାର ସପ୍ତାହକ ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ ସେମାନଙ୍କୁ ନିଦେ୍ର୍ଧଶ ଦିଆଯାଇଥିଲା । ମାତ୍ର ଦୁଇ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଧିକାଂଶ ପ୍ରଧାନଶିକ୍ଷକ କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ଯେଉଁଥିପାଇଁ ବିଦ୍ୟାଳୟର ପାଠପଢ଼ା ସହ ପ୍ରଶାସନିକ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି ।
Powered by Froala Editor