୮ରେ ନନ୍ଦନକାନନରେ ଚାଲିବ ଟଏ ଟ୍ରେନ
ବାରଙ୍ଗ: ଆସନ୍ତା ୮ ତାରିଖରେ ନନ୍ଦନକାନନରେ ଟଏ ଟ୍ରେନ ପୁନଃପ୍ରଚଳନ ହେବ। ଏଥି ସହିତ ଦୀର୍ଘ ବର୍ଷ ଧରି ବନ୍ଦ ପଡିଥିବା ରୋପ ଓ୍ବେ କାର୍ୟ୍ୟର ଶୁଭାରମ୍ଭ କରିବେ ବିଭାଗୀୟ ମନ୍ତ୍ରୀ ବିକ୍ରମ ଆରୁଖ୍ । ଅତ୍ୟାଧୁନିକ ଟଏ ଟ୍ରେନ ପ୍ରଚଳନ ପାଇଁ ସମସ୍ତ କାର୍ୟ୍ୟ ଶେଷ ହୋଇ ଥିବା ବେଳେ ,ରୋପ ଓ୍ବେ କାର୍ୟ୍ୟ ପାଇଁ ସ୍ଥାନ ନିରୁପଣ ସହିତ ପରିବେଶ ମଞ୍ଜୁରୀ କାର୍ୟ୍ୟ ସମାପ୍ତ ହୋଇଛି ।
ନନ୍ଦନକାନନରେ ପୁଣି ଗଡିବ ୪ ଟିକିଆ ବଗି ବିଶିଷ୍ଟ ଅତ୍ୟାଧୁନୀକ ଟଏ ଟ୍ରେନ। ୪୦ ମିନିଟ ରେ ପ୍ରାୟ ୨.୮୦୦ କିଲୋ ମିଟର ଜଙ୍ଗଲ ରାସ୍ତାରେ ଏହି ଅତ୍ୟାଧୁନିକ ବୁଲେଟ ଟ୍ରେନ ଚଳାଚଳ କରିବ । ଏଥିରେ ଏକା ଥରକେ ୭୨ ଜଣ ପର୍ୟ୍ୟଟକ ବସି ଜଙ୍ଗଲ ର ପ୍ରାକୃତିକ ଦୃଶ୍ୟ ଦେଖିବା ସହିତ ଜଙ୍ଗଲୀ ଜନ୍ତୁ ଖୋଲାଖୋଲି ବିଚରଣ କରୁଥିବାର ଦେଖି ପାରିବେ । ଏହା ସହିତ ସରୀସୃପ ପାର୍କ , ଜଳ ହସ୍ତୀ ଖୁଆଡ , କାଞ୍ଜିଆ ହ୍ରଦର ପ୍ରାକୃତିକ ଦୃଶ୍ୟ ଦେଖି ପର୍ୟ୍ୟଟକ ମଜା ଉଠାଇ ପାରିବେ ।
୩କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ରେଳ ବିଭାଗର ରାଇଟସ୍ ନାମକ ସଂସ୍ଥା, ଏଠାରେ ଥିବା ପୁରୁଣା ଟ୍ରାକଲାଇନ ଗୁଡିକ ବଦଳାଇବା ସହିତ ଏହାକୁ ଅତ୍ୟାଧୁନିକ ଭାବେ ନିର୍ମାଣ କରିଛି । ପୂର୍ବରୁ ଏହା ଡିଜେଲ ଇଞ୍ଜିନ ଚାଳିତ ହୋଇ ଥିବାବେଳେଏବେ ଏହା ବ୍ୟଟେରିରେ ଚାଳିତ ହେଉଛି । ପର୍ୟ୍ୟଟକ ମାନେ ଉନ୍ନତ ମାନର କାଚ ଆବନ୍ଧ ବଗିରେ ବସି ଜଙ୍ଗଲ ଯାତ୍ରା କରି ମଜା ଉଠାଇ ପାରିବେ ।
Powered by Froala Editor