ଦୁଃସାହାସୀ ରିପୋର୍ଟର ଅରିନ୍ଦମଙ୍କୁ ଡଟ କମ ପକ୍ଷରୁ ଶୋକାଞ୍ଜଳୀ

ଭୁବନେଶ୍ବର : ଅରିନ୍ଦମ ଥିଲେ କର୍ମବୀର । ପ୍ରତ୍ୟେକ ଦିଗକୁ ଅନୁଶୀଳନ କରି ଖବର ପରିବେଷଣରେ ଥିଲେ ସେ ମାହିର । ଜଣେ ଦୁଃସାହାସୀ ରିପୋର୍ଟର ଭାବେ ସେ ଚିରକାଳ ଅମର ରହିବେ । ଡଟକମ ପକ୍ଷରୁ ସ୍ବର୍ଗତ ଅରିନ୍ଦମ ଦାସଙ୍କୁ ଶୋକାଞ୍ଜଳୀ ବ୍ୟକ୍ତ କରି ଏହା କହିଛନ୍ତି ଶୋକସନ୍ତପ୍ତ ସାମ୍ବାଦିକ ।
ଅରିନ୍ଦମଙ୍କ ଏକାଦଶାହ ଅବସରରେ ଆଜି ଡଟକମ ପକ୍ଷରୁ ଶୋକସଭାର ଆୟୋଜନ କରାଯାଇଥିଲା । ଶତାଧିକ ସାମ୍ବାଦିକମାନେ ଉପସ୍ଥିତ ରହି ଦିବଂଗତ ଆତ୍ମାର ସଦଗତି କାମନା କରିଥିଲେ । ଅରିନ୍ଦମଙ୍କ ସ୍ମତି ଚାରଣ କରି ସାମ୍ବାଦିକମାନେ କହିଥିଲେଯେ, ଅରିନ୍ଦମ ଥିଲେ ଜଣେ ନିଆରା ସାମ୍ବାଦିକ । ଖବର ଥିଲା ତାଙ୍କ ପାଇଁ ଅମ୍ଳଜାନ । ଖବର ଥିଲା ତାଙ୍କ ପାଇଁ ନିଶା । ଦିନ ହେଉକି ରାତି ସବୁବେଳେ ସେ କର୍ମ ତତ୍ପର ରହି ଖବର ପଛରେ ଧାଉଁଥିଲେ । ଦୁଃସାହାସୀ ସାମ୍ବାଦିକତା କ୍ଷେତ୍ରରେ ସେ ଅନନ୍ୟ ଉଦାହରଣ ପାଲଟି ଯାଇଛନ୍ତି । ଜଣେ ଦରଦୀ ମଣିଷ ଭାବେ ସେ ସର୍ବଦା ଅନ୍ୟକୁ ସହାୟତାର ହାତ ବଢାଉଥିଲେ । ତାଙ୍କ ଭଳି ଜଣେ ଯାେଗଜନ୍ମା ସାମ୍ବାଦିକ କାଳକାଳକୁ ଅମର ରହିବେ ବୋଲି ଶୋକାଞ୍ଜଳୀ ବ୍ୟକ୍ତ କରାଯାଇଥିଲା ।
Powered by Froala Editor