ଚନ୍ଦକା ଡମପଡ଼ା ଅଭୟାରଣ୍ୟ ଓ ଡେରାସ ଡ୍ୟାମରେ ଆରମ୍ଭ ହେବ ଶୀତତାପ ନିୟନ୍ତ୍ରିତ ସଫାରୀ ବସ୍
ଭୁବନେଶ୍ୱର: ପର୍ୟ୍ୟଟକଙ୍କ ପାଇଁ ଖୁସି ଖବର । ଚନ୍ଦକା ଡମପଡ଼ା ଅଭୟାରଣ୍ୟ ଓ ଡେରାସ ଡ୍ୟାମରେ ଆରମ୍ଭ ହେବ ଶୀତତାପ ନିୟନ୍ତ୍ରିତ ସଫାରୀ ବସ୍ । ପ୍ରଥମ ପର୍ୟ୍ୟାୟରେ ୪ଟି ବସ ଚାଲିବାକୁ ଥିବା ବେଳେ ପ୍ରତି ବସରେ ୧୨ ଜଣ ପର୍ୟ୍ୟଟକ ବସିବାର ବ୍ୟବସ୍ଥା ରହିବ । ଆସନ୍ତା ୮ତାରିଖରେ ବସ ସେବା ଆରମ୍ଭ କରିବାକୁ ଯୋଜନା ରଖିଛି ବନବିଭାଗ ।
ସେପେଟେ ଏହି ସଫାରୀ ବସ ସେବା ଆରମ୍ଭ ହେବା ଦ୍ୱାରା ପର୍ୟ୍ୟଟକ ଝଲରା, ଆମ୍ବିଲୋ ୱାଚ ଟାୱାର, କୁମାର ଖୁଣ୍ଟି ଆଦି ଅଞ୍ଚଳ ଭ୍ରମଣ କରିପାରିବେ । ପ୍ରାୟ ୩ ଘଣ୍ଟା ଧରି ପର୍ୟ୍ୟଟକ ବୁଲାବୁଲି କରିପାରିବା ସହ ପ୍ରାକୃତିକ ପରିବେଶ ଏବଂ ଅଭୟାରଣ୍ୟରେ ଥିବା ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇପାରିବେ ।
Powered by Froala Editor