ଆଜି ରାଜ୍ୟରେ ୬ମୁଣ୍ଡ ନେଲା କରୋନା
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହା ସହିତ କରୋନା ମୃତୁ୍ୟ ସଂଖ୍ୟାରେ ମଧ୍ୟ ହ୍ରାସ ପରିଳକ୍ଷିତ ହେଉଛି । ଆଜି ରାଜ୍ୟରେ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବା ବେଳେ କଟକ ଜିଲ୍ଲାରୁ ଜଣେ ଆକ୍ରାନ୍ତ ରହିଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତୁ୍ୟ ସଂଖ୍ୟା ୮୨୨୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୧୦ଲକ୍ଷ ୧୫ହଜାର ୦୧୮ଜଣ ।
ଗତ ୨୪ଘଣ୍ଟାରେ ରାଜ୍ୟରେ ୪୦୭ କରୋନା ପଜିଟିଭ ଚିହ୍ନଟ ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୩୮ ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୧୬୯ ଓ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୭୪ ଜଣ ରହିଛନ୍ତି ।
Powered by Froala Editor