ଚତୁର୍ଥ ରାଉଣ୍ଡରେ ବିଜେଡି ମାତ୍ର ୯୬ ଖଣ୍ଡ ଭୋଟରେ ଆଗୁଆ
ଭୁବନେଶ୍ୱର: ପିପିଲି ଭୋଟ ଗଣତି ଜାରି ରହିଛି ।ଭୁବନେଶ୍ୱର : ପିପିଲି ଭୋଟ ଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡରେ ବିଜେଡ଼ି ୧୪୦୬ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ି ୧୯୧୧ ଭୋଟରେ ଆଗୁଆ ରହିଥିଲା । ତୃତୀୟ ରାଉଣ୍ଡରେ ବିଜେଡି ୧୭୨୭ ଖଣ୍ଡ ଭୋଟ ଆଗରେ ରହିଥିଲା । ତେବେ ଚତୁର୍ଥ ରାଉଣ୍ଡରେ ବିଜେପି ଓ ବିଜେଡି ମଧ୍ୟରେ ଭୋଟ ତାରତମ୍ୟ ମାତ୍ର ୯୬ ରହିଛି । ବିଜେଡି ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କ ଠାରୁ ମାତ୍ର ୯୬ଟି ଭୋଟରେ ଆଗୁଆ ରହିଛି । ମୋଟ ୨୫ ରାଉଣ୍ଡ ଭୋଟ ଗଣତି ହେବାକୁ ଥିବାବେଳେ ୍ରଆଗକୁ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆକଳନ କରାଯାଉଛି ।
ପ୍ରଥମ ରାଉଣ୍ଡରେ ବିଜେଡ଼ିର ରୁଦ୍ର ପ୍ରସାଦ ମହାରଥିଙ୍କୁ ୪୦୫୫ ଖଣ୍ଡ ଭୋଟ, ବିଜେପିର ଆଶ୍ରୀତ ପଟ୍ଟନାୟକଙ୍କୁ ୨୬୪୯ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୭୬୬ ଖଣ୍ଡ ଭୋଟ ମିଳିଥିଲା । ଦ୍ୱିତୀୟ ରାଉଣ୍ଡରେ ବିଜେଡ଼ିକୁ ୪୯୭୫ଖଣ୍ଡ(ମୋଟ ୯୦୩୦), ବିଜେପିକୁ ୩୦୬୪ ଖଣ୍ଡ(ମୋଟ ୫୭୧୩) ଓ କଂଗ୍ରେସକୁ ୨୧୫ଖଣ୍ଡ(୯୮୧) ଭୋଟ ମିଳିଥିଲା । ତୃତୀୟ ରାଉଣ୍ଡରେ ବିଜେଡିକୁ ୪୫୮୧ ଖଣ୍ଡ(ମୋଟ ୧୩୬୧୧) ଭୋଟ ମିଳିଥିବାବେଳେ ବିଜେପିକୁ ୨୮୫୪ ଖଣ୍ଡ (ମୋଟ ୮୫୬୭) ଓ କଂଗ୍ରେସକୁ ୧୯୯ଖଣ୍ଡ (ମୋଟ ୧୧୮୦) ଭୋଟ ମିଳିଥିଲା । ତେବେ ଚତୁର୍ଥ ରାଉଣ୍ଡରେ ବିଜେଡିକୁ ୩୩୫୭ ଖଣ୍ଡ(ମୋଟ ୧୬୯୬୮) ଭୋଟ ମିଳିଥିବାବେଳେ ବିଜେପିକୁ ୩୨୬୧ ଖଣ୍ଡ (ମୋଟ ୧୧୮୨୮) ଓ କଂଗ୍ରେସକୁ ୨୦୨ଖଣ୍ଡ (ମୋଟ ୧୩୮୨) ଭୋଟ ମିଳିଛି ।
Powered by Froala Editor