ଅଜଣା ଗାଡି ଧକ୍କାରେ ଯୁବକ ମୃତ

ବୌଦ୍ଧ: ବୌଦ୍ଧ ବଘିଆପଡା ରାସ୍ତାର ତେତେଲେଙ୍ଗା ଗ୍ରାମ ନିକଟସ୍ଥ ରାସ୍ତାକଡରେ ଥିବା ଏକ ମଠ ନିକଟରେ ଶୁକ୍ରବାର ପ୍ରତ୍ୟୁଷରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମର ହେମନ୍ତ ମେହେର (୩୮) ଗତକାଲି ପିତୃପକ୍ଷ ଶ୍ରାଦ୍ଧରେ ଯୋଗ ଦେବାକୁ ଶ୍ୱଶୁର ଘର ବନ୍ଧାପଥର ପଞ୍ଚାୟତର ବାଘପାଲି ଗ୍ରାମକୁ ପତ୍ନୀଙ୍କ ସହ ଆସିଥିଲେ। ଏଠାରେ ରାତ୍ରିଯାପନ କରିବା ପରେ ସେ ପ୍ରତ୍ୟୁଷରୁ ବାଇକ୍ ଯୋଗେ ମୁଣ୍ଡିପଦର ଫେରୁଥିବା ସମୟରେ ତେତେଲେଙ୍ଗା ଗ୍ରାମ ନିକଟସ୍ଥ ମଠ ସମ୍ମୁଖରେ କୌଣସି ଅଜଣାଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।
Powered by Froala Editor