ପଦାକୁ ଆସିଲା ପାକିସ୍ଥାନ ଷଡଯନ୍ତ୍ର, ସତ ଉଗାଳିଲା ପାକ୍ ଆତଙ୍କୀ ଅଲି ବାବର
ଶ୍ରୀନଗର: ପଦାକୁ ଆସିଲା ପାକିସ୍ଥାନର ଷଡଯନ୍ତ୍ର। ଉରୀ ସେକ୍ଟରରେ ପୂର୍ବରୁ ଯେପରି ଆକ୍ରମଣ କରାଯାଇଛି ତାର ଷଡ଼ଯନ୍ତ୍ର ରଚିଥିଲା ପାକିସ୍ଥାନ। ହେଲେ ତା’ପୂର୍ବରୁ ଭାରତୀୟ ସେନାର ଅଦମ୍ୟ ସାହାସ ଯୋଗୁଁ ଏସବୁ ବିଫଳ ହୋଇଛି। ଅନୁପ୍ରବେଶ କରିବା ପରେ ହିଁ ତାକୁ କାବୁ କରି ନେଇଛି ସେନା। ଉରୀ ସେକ୍ଟରରୁ ଧରାପଡ଼ିଥିବା ୧୯ ବର୍ଷିୟ ଅତଙ୍କବାଦୀ ଅଲି ବାବରକୁ ଜୀବନ୍ତ ଭାବେ କାବୁ କରିଥିଲା ଭାରତୀୟ ସେନା। ପାକ୍ କିପରି ଆତଙ୍କବାଦୀଙ୍କୁ ପୃଷ୍ଟ ପୋଷକତା ଦେଉଛି ତାର ଗୋଟି ଗୋଟି କଥା କ୍ୟାମେରା ସମ୍ମୁଖରେ ବଖାଣିଛି ଅଲି ବାବର।
ଭାରତୀୟ ସେନା ପକ୍ଷରୁ ପଚରାଉଚରା ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ବାବରକୁ ଅଣା ଯାଇଥିଲା। ପାକିସ୍ତାନରେ ବସିଥିବା ଆତଙ୍କୀ ଆକା କିପରି ତାକୁ ଟ୍ରେନିଂ ଦେଇଥିଲେ ସେ ସମସ୍ତ କଥା ବାବାର କ୍ୟାମେରା ସାମ୍ନାରେ କହିଛି। ପାକିସ୍ତାନ ଖାଇବର୍ପକତୁନ୍ନା ଅଞ୍ଚଳର ୫ରୁ ୬ ଯୁବକଙ୍କୁ ବାଛିଥିଲେ ଆତଙ୍କବାଦୀ। ସେଥିରେ ଥିଲା ବାବର। ଗୁଳି ଗୁଳା, ବନ୍ଧୁକ ଚାଲଣା, ଅନୁପ୍ରବେଶ କରିବା ଏବଂ ପରିଚୟ ବଦଳାଇବା ଭଳି ଏକାଧିକ ଗୁଇନ୍ଦାଗିରି ସମ୍ପର୍କରେ ତାକୁ ଟ୍ରେନିଂ ଦିଆଯାଇଥିଲା। ବାବର୍ ହେଉଛି ପଞ୍ଜାବର ଓକାରା ବାସିନ୍ଦା। ତାକୁ ପାକିସ୍ତାନର ଗଡ ହବିବୁଲ୍ଲାହରୁ ଆତଙ୍କୀ ଟ୍ରେନିଂ ମିଳିଥିଲା । ତାକୁ ହତିଆର ପଠାଇବା ପାଇଁ ବାବରକୁ ଦାୟିତ୍ୱ ଦିଆଯାଇଥିଲା। ଆତଙ୍କବାଦୀ ବାବର ଗିରଫ ପରେ ତା’ଠାରୁ ୭ଟି ଏକେ ସିରିଜ୍, ୯ଟି ପିସ୍ତଲ, ୮୦ ଗ୍ରେନେଡ୍ ଓ ପାକିସ୍ତାନୀ ମୁଦ୍ରା ଜବତ କରାଯାଇଛି ଓ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ବାବର୍କୁ ୨୦ ହଜାର ଦିଆଯାଇଥିବା ବେଳେ ତା’ପରିବାରକୁ ୩୦ ହଜାର ଟଙ୍କା ଦିଆଯାଇଥିଲା। ଭାରତୀୟ ସେନା, ଭାରତୀୟଙ୍କୁ କ୍ଷତି ପହଞ୍ଚାଇବା ଥିଲା ବାବରର ଲକ୍ଷ୍ୟ ।
Powered by Froala Editor