ବିଜେପିରେ ଯୋଗଦେବା ନେଇ ଏମିତି କହିଲେ ଅମରିନ୍ଦର
ନୂଆଦିଲ୍ଲୀ: ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏବେ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । ଅମରିନ୍ଦର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କୁ ସାକ୍ଷାତ କରିବା ସହ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହୋଇଥିଲା । ତେବେ ଅମରିନ୍ଦରଙ୍କ ଏଭଳି କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି ଏବଂ କୌଣସି ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ନାହିଁ ବୋଲି କହିଛନ୍ତି । ଅମରିନ୍ଦରଙ୍କ ଗଣମାଧ୍ୟମ ପରାମର୍ଶଦାତା ରବିନ ଥୁକରାଲ କହିଛନ୍ତି, ଅମରିନ୍ଦର ବ୍ୟକ୍ତିଗତ କାରଣ ପାଇଁ ଦିଲ୍ଲୀ ଗସ୍ତରେ ଅଛନ୍ତି । ଗସ୍ତ ସମୟରେ ସେ ତାଙ୍କର କିଛି ବନ୍ଧୁମାନଙ୍କୁ ଭେଟିବେ ଏବଂ ଦିଲ୍ଲୀ ସ୍ଥିତ ପଂଜାବ ମୁଖ୍ୟମନ୍ତ୍ରୀଙ୍କ ବାସଭବନ କପୁରତାଲା ହାଉସ ଖାଲି କରିବେ । ଏହାକୁ ନେଇ ଅନାବଶ୍ୟକ ଗୁଜବ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଉଲ୍ଲେଖ ଯୋଗ୍ୟ, ଗତ ୧୦ ଦିନ ତରେ ଅମରିନ୍ଦର ପଂଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଅମରିନ୍ଦର ମଧ୍ୟ ତାଙ୍କ ଦିଲ୍ଲୀ ଗସ୍ତ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ରଖି କହିଛନ୍ତି, ନୂଆ ପଂଜାବ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦିଲ୍ଲୀ ସ୍ଥିତ କପୁରତାଲା ହାଉସ ଖାଲି କରିବା ପାଇଁ ହିଁ ସେ ଦିଲ୍ଲୀରେ ଅଛନ୍ତି । ଅମରିନ୍ଦର ମଧ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି । ସିଦ୍ଧୁଙ୍କୁ ସେ ଦେଶ ବିରୋଧୀ କହିଛନ୍ତି । ଦଳର ବରିଷ୍ଠ ନେତୃବୃନ୍ଦ ସିଦ୍ଧୁଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିବା ଉଚିତ ବୋଲି ଅମରିନ୍ଦର କହିଛନ୍ତି । ବରିଷ୍ଠ କଂଗ୍ରେସ ନେତା ସୁନୀଲ ଜାଖର କଂଗ୍ରେସ ମୁଖ୍ୟ ହେଲେ ମୁଁ ଖୁସି ହେବି ବୋଲି ଅମରିନ୍ଦର କହିଛନ୍ତି । ସିଦ୍ଧୁଙ୍କ ଇସ୍ତଫା କଂଗ୍ରେସ ପାଇଁ ମଙ୍ଗଳକର ବୋଲି ସେ କହିଛନ୍ତି ।
Powered by Froala Editor