ଆଜି ବିଶ୍ୱ ହୃତପିଣ୍ଡ ଦିବସ
ଆଜି ବିଶ୍ୱ ହୃତପିଣ୍ଡ ଦିବସ । ସୁସ୍ଥ ହୃତପିଣ୍ଡ ଜୀବନକୁ ସୁସ୍ଥ ସୁନ୍ଦର ଓ ନିରାମୟ କରିଥାଏ । ଯଦି ହୃତପିଣ୍ଡରେ କୌଣସି ସମସ୍ୟା ସୃଷ୍ଟି ହୁଏ, ତେବେ ଜୀବନ ପ୍ରତି ବିପଦର ମାତ୍ର ବଢିଯାଏ । ତେଣୁ ସର୍ବଦା ହୃଦୟର ଯତ୍ନ ନେବା ଆବଶ୍ୟକ । କିନ୍ତୁ ଆଜିର ବ୍ୟସ୍ତବହୁଳ ଜୀବନରେ ଅତ୍ୟଧିକ ଚିନ୍ତା ଓ ଚାପ ଭିତରେ ରହୁଥିବାରୁ ମଣିଷ ନାନା ପ୍ରକାର ରୋଗର ଶିକାର ହେଉଛି । ବିଶେଷ କରି ହୃତପିଣ୍ଡ ଜନିତ ରୋଗରେ ପ୍ରତିବର୍ଷ ବିଶ୍ୱରେ ୧୭.୩ ମିଲିୟନ ଲୋକଙ୍କ ମୃତୁ୍ୟ ଘଟୁଛି । ରିପୋର୍ଟ ଅନୁସାରେ ବିକଶିତ ଦେଶ ତୁଳନାରେ ଅନୁନ୍ନତ ଓ ବିକାଶଶୀଳ ଦେଶ ଗୁଡିକରେ ପ୍ରାୟ ୮୦ ପ୍ରତିଶତ ଲୋକ ଏଥିରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି । ଏହାର କାରଣ ହେଉଛି ବିକାଶଶୀଳ ଦେଶ ମାନଙ୍କରେ ଟଙ୍କା କମାଇବାର ବ୍ୟସ୍ତତା ଭିତରେ ଲୋକମାନେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତି ନାହିଁ ।
ତେଣୁ ବିଶ୍ୱବାସୀଙ୍କୁ ହୃଦରୋଗର କାରଣ ଓ ନିରାକରର ଦିଗ ଜଣାଇବା ଓ ସଚେତନ କରାଇବା ପାଇଁ ୱାର୍ଲଡ ହାର୍ଟ ଫେଡେରେସନ ତରଫରୁ ୨୦୦୦ ମସହା ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ୱ ହୃଦୟ ଦିବସ ରୂପେ ପାଳନ କରାଯାଏ ।
Powered by Froala Editor