ଥାନାରେ ବାଣ ଥିଲା ନାଁ ଆଉ କିଛି: ସମ୍ବିତ ପାତ୍ର
ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ଗତକାଲ ବିଳମ୍ବିତ ରାତ୍ରରେ ବୀସ୍ଫାରଣ ଘଟଣାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଆଗକୁ ପିପିଲି ଉପନିର୍ବାଚନ ଥିବାରୁ ସେ କହିଛନ୍ତି ଯେଉଁଠି ରକ୍ଷକ ସୁରକ୍ଷିତ ନୁହଁନ୍ତି, ସେଠି ସାଧାରଣ ଜନତା କେତେ ସୁରକ୍ଷିତ, ସେମାନେ କିପରି ସାଧାରଣ ଜନତାଙ୍କୁ ବଞ୍ଚାଇ ପାରିବେ । ପିପିଲିବାସୀ ସୁରକ୍ଷିତ ଅଛନ୍ତି ତ? ଲୋକ ଓ ବୁଥ୍ ସୁରକ୍ଷିତ ଅଛନ୍ତି ତ? ଥାନା ଭିତରେ ବାଣ ଥିଲା ନା ଆଉ କିଛି ଥିଲା ? ବାହାରୁ ବିସ୍ଫୋରଣ ହେଲା ନା ଭିତରୁ? ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ନିର୍ବାଚନ ପୂର୍ବରୁ ଥାନାରେ ବିସ୍ଫୋରଣ କଣ ପାଇଁ ହେଲା? ବୋଲି ସେ ପ୍ରଶ୍ନ କରିଛନ୍ତି । ଉପନିର୍ବାଚନ ପୂର୍ବରୁ ବିସ୍ଫୋରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିପିଲିବାସୀ । ସୂଚନା ଅନୁସାରେ ଏହି ବିସ୍ଫୋରଣରେ ଥାନାର ବ୍ୟାପକ କ୍ଷୟ କ୍ଷତି ହୋଇଛି । ମାଲଖାନାର ସେଣ୍ଟ୍ରି ଓ କର୍ମଚାରୀ ଅଳ୍ପକେ ବର୍ତ୍ତିଛନ୍ତି ।
Powered by Froala Editor