ମୁଖ୍ୟମନ୍ତ୍ରୀ ମାନ ଓ କେନ୍ଦ୍ରମନ୍ତ୍ରୀ ରଭନୀତ ବିଟ୍ଟୁଙ୍କ କାରକୁ ବୋମାରେ ଉଡାଇଦେବାକୁ ଧମକ
ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆଜି ଜଳନ୍ଧର ଏବଂ ଫରିଦକୋଟରେ ଉପସ୍ଥିତ ଅଛନ୍ତି। ଉଭୟ ଜିଲ୍ଲାର ସ୍କୁଲଗୁଡ଼ିକୁ ବୋମା ଧମକ ମିଳିଛି। ଧମକପୂର୍ଣ୍ଣ ଇମେଲରେ ମୁଖ୍ୟମନ୍ତ୍ରୀ ମାନ ଏବଂ କେନ୍ଦ୍ରମନ୍ତ୍ରୀ ରଭନୀତ ବିଟ୍ଟୁଙ୍କ କାରକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି। ମିଳିଥିବା ସୂଚନା ଅନୁଯାୟରେ ବିଏମସି ଛକ ନିକଟରେ ଥିବା ଏପିଜେ ସ୍କୁଲକୁ ଇମେଲ୍ ମାଧ୍ୟମରେ ଏକ ବୋମା ଧମକ ମିଳିଥିଲା। ଧମକ ପାଇବା ମାତ୍ରେ ସ୍କୁଲ କ୍ୟାମ୍ପସରେ ଆତଙ୍କ ଖେଳିଯାଇଥିଲା। ପୁଲିସ୍ ଏବଂ ପ୍ରଶାସନିକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏବଂ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିଲା। ସ୍କୁଲ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ଭାବରେ ତଲାସି କରାଯାଇଥିଲା।
Powered by Froala Editor