ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ, ଏହି ଜିଲ୍ଲାରେ ହେବ ପ୍ରବଳ ବର୍ଷା
ଭୁବନେଶ୍ୱର:ବାତ୍ୟା ଗୁଲାବ ଯିବା ପରେ ପୁଣି ବଙ୍ଗୋପସାଗରରେ ପୂର୍ବ ମଧ୍ୟମ ବାଂଲାଦେଶ ଓ ମିଆଁମାର ଅଞ୍ଚଳରେ ଦାନା ବାନ୍ଧୁଛି ଆଉ ଏକ ଘୂର୍ଣର୍ିବଳୟ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ଉତ୍ତର ଓଡିଶାରେ ୨୯ ଓ ୩୦ ତାରିଖରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଓଡିଶାରେ ବିଶେଷ କରି ମୟୂରଭଞ୍ଜ, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ଭଦ୍ରକ ଓ ବାଲେଶ୍ୱରରେ ମଧ୍ୟ ଅଧିକ ବର୍ଷା ହେବ ବୋଲି ଆଞ୍ଚଳି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
Powered by Froala Editor