ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ଆଜି ଅଶୋକାଷ୍ଟମୀ । ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଚଳିତ ବର୍ଷ ବିନା ଭକ୍ତରେ ହେବ ରଥଯାତ୍ରା । କେବଳ ନେଗେଟିଭ ରିପୋର୍ଟ ବାହାରିଥିବା ସେବାୟତ ଟାଣିବେ ରଥ । ଭିଡକୁ ଦୃଷ୍ଟିରେ ରଖି ଦିନ ଗୋଟାଏରୁ ସନ୍ଧ୍ୟା ୬ଟା ଯାଏଁ ଲିଙ୍ଗରାଜ ମନ୍ଦିର ଓ ରଥ ପରିସରରେ ୧୪୪ ଧାରା ଲାଗୁ ହେବ ।
ସେହିପରି ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଭୁବନେଶ୍ୱରରେ ଲାଗୁ ହୋଇଥିବା ନାଇଟ କର୍ଫ୍ୟୁ ଯୋଗୁଁ ପ୍ରଭୁଙ୍କ ମରିଚି କୁଣ୍ଡ ପାଣି ନିଲାମକୁ ଏବଂ ପାଣି ଉଠା କାର୍ୟ୍ୟକ୍ରମ ଏଥର ବାତିଲ କରାଯାଇଛି
Powered by Froala Editor