ରାଜ୍ୟରେ ୪୭୬୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ ୪୭୬୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭୮୫ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୯୭୬ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭୭ ହଜାର ୪୬୪ ଜଣକୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସଂପୃକ୍ତ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଦା ଜିଲ୍ଲାରୁ ସର୍ବାଧିକ ୮୨୦ ଜଣ, ସୁନ୍ଦରଗଡ଼ରୁ ୬୭୩ ଜଣ, ନୂଆପଡ଼ାରୁୁ ୫୩୪ ଜଣ,ବଲାଙ୍ଗୀରରୁ ୩୨୨ ଜଣ, ଝାରସୁଗୁଡ଼ାରୁ ୨୩୪ ଜଣ, ବରଗଡ଼ରୁ ୧୯୮ ଜଣ,ପୁରୀରୁ ୧୯୩ ଜଣ,ସମ୍ବଲପୁରରୁ ୧୮୩ ଜଣ, କଟକରୁ ୧୭୬ ଜଣ,କଳାହାଣ୍ଡିରୁ ୧୬୭ ଜଣ,ନବରଙ୍ଗପୁରରୁ ୧୫୪ ଜଣ, କେନ୍ଦୁଝରରୁ ୧୦୩ ଜଣ,ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରୁ ୮୬ ଜଣ ଲେଖାଏଁ, ବାଲେଶ୍ବରରୁ ୮୪ଜଣ, ଅନୁଗୁଳରୁ ୮୧ ଜଣ, ଭଦ୍ରକ ଓ ନୟାଗଡ଼ ଜିଲ୍ଲାରୁ ୬୩ ଜଣ ଲେଖାଏଁ,ରାୟଗଡ଼ାରୁ ୬୦ ଜଣ, କେନ୍ଦ୍ରାପଡ଼ାରୁ ୫୦ ଜଣ, ଗଞ୍ଜାମରୁ ୪୯ ଜଣ,ସୋନପୁରରୁ ୪୭ ଜଣ, ଦେବଗଡ଼, ଗଜପତି ଓ କୋରାପୁଟ ଜିଲ୍ଲାରୁ ୩୧ ଜଣ ଲେଖାଏଁ, କନ୍ଧମାଳରୁ ୨୫ ଜଣ, ବୌଦ୍ଧରୁ ୨୩ ଜଣ,ଜଗତସିଂହପୁରରୁ ୨୨ ଜଣ, ମାଲକାନଗିରିରୁ ୬ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୧୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୭୭ ହଜାର ୪୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୨୭ ହଜାର ୮୨୧ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୪୭ ହଜାର ୬୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୪୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି।
Powered by Froala Editor