ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ହେବ ଜୁନିଅର ହକି ଓ୍ବାର୍ଲଡ କପ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଓଡ଼ିଶାରେ ହେବ ଜୁନିଅର ହକି ଓ୍ବାର୍ଲଡ କପ୍-୨୦୨୧। ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଜୁନିଅର ପୁରୁଷ ହକି ବିଶ୍ବକପ୍ ଆୟୋଜନ କରିବାକୁ ଯାଉଛି ଓଡ଼ିଶା । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଜୁନିଅର ହକି ବିଶ୍ବକପ୍ । ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଖେଳାଯିବ ମ୍ୟାଚ୍ । ଆଜି ଲୋଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପୂର୍ବରୁ ୨୦୧୮ରେ ଭୁବନେଶ୍ବରରେ ପୁରୁଷ ହକି ବିଶ୍ବକପ୍ ସଫଳତାର ସହ ଆୟୋଜନ କରିଥିଲା ଓଡ଼ିଶା । ଚଳିତ ବର୍ଷ ଜୁନିଅର ପୁରୁଷ ହକି ବିଶ୍ବକପ୍ ଗୌହାଟୀରେ ଅନୁଷ୍ଠିତ ହେବାର ଥିଲା । ବିଶ୍ବକପ୍ ଆୟୋଜନ ପାଇଁ ରେସ୍ରେ ଆଗରେ ଓଡ଼ିଶା ଓ ଗୌହାଟୀ ଥିବା ବେଳେ ଶେଷରେ ଓଡ଼ିଶାକୁ ମିଳିଛି ସୁଯୋଗ ।
ସେହିଭଳି ୨୦୨୩ରେ ପୁରୁଷ ହକି ବିଶ୍ବକପ ଭୁବନେଶ୍ବର ଓ ରାଉରକେଲାରେ ଅନୁଷ୍ଠିତ ହେବ । ଏଥି ପାଇଁ ରାଉରକେଲାରେ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମର ନିର୍ମାଣ ହେଉଛି ।
Powered by Froala Editor