ସାବଧାନ: ରାଜ୍ୟରେ ବଢିବ ଆକ୍ରାନ୍ତ ସଂଖ୍ୟା- ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଗକୁ ଆକ୍ରାନ୍ତ ସଂଖ୍ୟା ଆହୁରି ବଢିବ । ଏକଥା ଆମେ କହୁନାହୁଁ । ଓଡ଼ିଶାରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ଦେବା ଅବସରରେ ଡିଏମଇଟି ସିବିକେ ମହାନ୍ତି ଏହା କହିଛନ୍ତି ।
ସେ କହିଛନ୍ତି ଯେ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସ୍ଥିତି ଭଲ ଅଛି । ସ୍ଥିତି ଭଲ ଅଛି । ଢିଲା ଛାଡ଼ିବା ଠିକ ନୁହେଁ । ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବ । ସମସ୍ତ ଜିଲ୍ଲାର ଟୋଲ ଫ୍ରି ନମ୍ବର ଆକ୍ଟିଭ କରିବାକୁ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ରୋଗୀ ଖୋଜିବା ଖାଲି ସରକାରଙ୍କ ଦାୟିତ୍ୱ ନୁହେଁ । ଲୋକଙ୍କ ଦାୟିତ୍ୱ ବି ଅଛି । ଲୋକାଲସ୍ତରରେ ସଂକ୍ରମିତ ଥିଲେ ଆଶା ଦିଦିଙ୍କୁ ଯୋଗାଯୋଗ କରିବାକୁ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।
ପ୍ରକାଶ ଯେ, ରାଜ୍ୟରେ ଆଉ ୪୪୪୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୨୫୭୪ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୮୭୧ ଜଣ ସଂକ୍ରମିତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୮୭, ବାଲେଶ୍ୱରରେ ୧୨୩, ବରଗଡ଼ରେ ୧୭୮, ଭଦ୍ରକରେ ୪୩, ବଲାଙ୍ଗୀରରେ ୧୬୮, ବୌଦ୍ଧରେ ୨୧, କଟକରେ ୨୫୧, ଦେବଗଡ଼ରେ ୩୫, ଢେଙ୍କାନାଳରେ ୨୦, ଗଜପତିରେ ୧୦, ଗଞ୍ଜାମରେ ୬୨, ଜଗତସିଂହପୁରରେ ୩୩, ଯାଜପୁରରେ ୫୮, ଝାରସୁଗୁଡ଼ାରେ ୨୩୧, କଳାହାଣ୍ଡିରେ ୨୭୩, କନ୍ଧମାଳରେ ୨୯, କେନ୍ଦ୍ରାପଡ଼ାରେ ୩୫, କେନ୍ଦୁଝରରେ ୭୫, ଖୋର୍ଦ୍ଧାରେ ୫୮୭, ମାଲକାନାଗିରିରେ ୯, ମୟୂରଭଞ୍ଜରେ ୧୦୦, ନବରଙ୍ଗପୁରରେ ୧୨୭, ନୟାଗଡ଼ରେ ୫୦, ନୂଆପଡ଼ାରେ ୪୩୭, ପୁରୀରେ ୨୧୯, ରାୟଗଡ଼ାରେ ୫୩, ସମ୍ବଲପୁରରେ ୨୪୧, ସୋନପୁରରେ ୨୨, ସୁନ୍ଦରଗଡ଼ରେ ୭୨୨, ରାଜ୍ୟପୁଲରେ ୧୨୫ ଜଣ ସଂକ୍ରମିତ ହୋଇଛନ୍ତି ।