ଆଜି ରାଜ୍ୟରେ ୬୪୪ ପଜିଟିଭ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟରେ ରାଜ୍ୟରେ ୬୪୪ କରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୭୫ ଜଣ ଚିହ୍ନଟ ହୋଇଛନ୍ତି ଓ ସ୍ଥାନୀୟ ସଂକ୍ରମଣ ରହିଛି ୨୬୯ । ଏମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସ ବର୍ଗର ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୨୮୩ ଜଣ, କଟକରୁ ୭୭ ଓ ବାଲେଶ୍ୱରରୁ ୩୪ ଜଣ, ଅନୁଗୁଳରୁ ୧୫, ଭଦ୍ରକରୁ ୭, ବଲାଙ୍ଗୀରରୁ ୫, ଦେବଗଡରୁ ୪, ଢେଙ୍କାନାଳରୁ ୬, ଗଜପତିରୁ ୧, ଗଞ୍ଜାମରୁ ୬, ଜଗତସିଂହପୁରରୁ ୨୮, ଯାଜପୁରରୁ ୨୦, ଝାରସୁଗୁଡାରୁ ୫, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୧୧, କେନ୍ଦୁଝରରୁ ୧, ମାଲକାନାଗିରିରୁ ୫, ମୟୂରଭଞ୍ଜରୁ ୧୫, ନୟାଗଡରୁ ୬, ପୁରୀରୁ ୨୨, ରାୟଗଡାରୁ ୨, ସମ୍ବଲପୁରରୁ ୧୦, ସୋନପୁରରୁ ୧, ସୁନ୍ଦରଗଡରୁ ୧୩ ଓ ରାଜ୍ୟପୁଲରୁ ୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୨ହଜାର ୫୯୪କୁ ବୃଦ୍ଧି ପାଇଛି ।
Powered by Froala Editor