ପୁଣି ହିରାକୁଦର ୪ଟି ଗେଟ ଖୋଲିଲା
ସମ୍ବଲପୁର: ପୁଣି ହିରାକୁଦର ୪ଟି ଗେଟ ଖୋଲିଲା । ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁ ଡ୍ୟାମର ଜଳସ୍ତର, ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୮୩ ଫୁଟ ରହିଥିଲା । ଯାହା ଫଳରେ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।
ଜଳଭଣ୍ଡାରରେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୦ ହଜାର ୪୧୯ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୨୦ ହାଜାର ୪୧୮ ଘନଫୁଟ ଜଳ ନିଷ୍କାସିତ ହେଉଛି । ଏଥିପାଇଁ ମହାନଦୀ ଫୁଲି ଉଠିଛି । ଏହାର ପ୍ରଭାବରେ ଶାଖା ନଦୀଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଓ ଚାଷକାର୍ଯ୍ୟରେ ଅନେକ କ୍ଷୟକ୍ଷତି ହୋଇଛି । ବିଶେଷ କରି ଧାନ ଚାଷୀଙ୍କ ଜୀବିକା ବ୍ୟାହାତ ହୋଇଛି । ଏହା ସହିତ ଜମି ଜଳାର୍ଣ୍ଣବ ରହିଥିବାରୁ ରବି ଫସଲ ଯଥା ମୁଗ, ବିରି ଆଦି ମଧ୍ୟ ଜମିରେ ଲଗାଯାଇ ପାରିବ ନାହିଁ ବୋଲି ଚାଷୀମାନେ କହିଛିନ୍ତି । ଏଥିପାଇଁ ଚାଷୀ ଚିନ୍ତାରେ ଦିନ କାଟୁଛନ୍ତି । ଏଥିପାଇଁ ଚାଷୀମାନେ ସରକାରଙ୍କ ସହାୟତା ଲୋଡୁଛନ୍ତି । ତେବେ ରାଜ୍ୟରେ ଏବେବି କିଛି କିଛି ସ୍ଥାନରେ ବର୍ଷା ଜାରି ରହିଛି । ଆହୁରି ବର୍ଷା ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Powered by Froala Editor