କୋଭିସିଲ୍ଡ ନେଇଥିଲେ ଆମେରିକାରେ ମିଳିବ ଏଣ୍ଟ୍ରି
ଆମେରିକା ଭାରତୀୟ ଟିକା ମଧ୍ୟରୁ କୋଭିସିଲ୍ଡକୁ ଗ୍ରହଣ କରିଛି । ଆସନ୍ତା ନଭେମ୍ବରରୁ ୩୩ ଦେଶର ଲୋକେ ଆମେରିକା ଯାତ୍ରା କରିପାରିବେ ବୋଲି ସୂଚନା ଦିଆଯାଇଥିଲା । ହେଲେ କେଉଁ ଟିକା ନେଇଥିଲେ ଆମେରିକା ଯାଇହେବ ସେନେଇ ସୂଚନା ମିଳିନଥିଲା । ବିଶେଷ କରି ଭାରତ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଏବେ ଆମେରିକା ସ୍ପଷ୍ଟ କରିଛି ଯେ, ଯଦି ଜଣେ କୋଭିସିଲ୍ଡର ଡବଲ ଡୋଜ୍ ନେଇଥିବେ ତେବେ ସେମାନେ ଆମେରିକା ଆସିପାରିବେ ।
ବର୍ତ୍ତମାନ ସୁଦ୍ଧା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ୭ କୋଭିଡ୍ ଟିକାକୁ ମଞ୍ଜୁରୀ ଦେଇଛି। ସେଗୁଡ଼ିକ ହେଲେ ମଡର୍ନା, ଫାଇଜର-ବାୟୋଏନ୍ଟେକ୍, ଜନ୍ସନ ଆଣ୍ଡ ଜନ୍ସନ, ଅକ୍ସଫୋର୍ଡ-ଅଷ୍ଟ୍ରାଜେନିକା, ଭାରତର କୋଭିଶିଲ୍ଡ, ଚାଇନାର ସିନୋଫାର୍ମ ଏବଂ ସିନୋଭାକ୍। ଭାରତ ପ୍ରସ୍ତୁତ କୋଭାକ୍ସିନ୍କୁ ଡବ୍ଲ୍ୟୁଏଚ୍ଓ ଏବଂ ଆମେରିକାର ଏଫଡିଏ ଅନୁମୋଦନ କରି ନ ଥିବାରୁ ଏହି ଟିକା ନେଇଥିବା ଲୋକେ ଆମେରିକା ଯାଇପାରିବେ ନାହିଁ।
ଅନ୍ୟ ଦେଶ ମଧ୍ୟରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସ୍ପେନ୍, ସୁଇଜରଲାଣ୍ଡ, ଗ୍ରୀସ୍, ବ୍ରିଟେନ, ଆୟରଲାଣ୍ଡ, ଚାଇନା, ଦକ୍ଷିଣ ଆଫ୍ରିକା, ଇରାନ ଓ ବ୍ରାଜିଲର ଲୋକଙ୍କୁ ଆମେରିକା ଯିବା ପାଇଁ ଅନୁମତି ମିଳିଛି। ବିମାନ ଯାତ୍ରା କରିବା ପୂର୍ବରୁ ସେମାନଙ୍କୁ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବାକୁ ହେବ। ସେମାନେ ଆମେରିକାରେ ପହଞ୍ଚବା ପରେ ଆଉ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ ନାହିଁ।
Powered by Froala Editor