ସୁଦାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ସୁଦାନରେ ଗୃହଯୁଦ୍ଧ ଦିନକୁ ଦିନ ତୀବ୍ର ହେଉଛି। ଇତିମଧ୍ୟରେ ଦକ୍ଷିଣ ଦାରଫୁର ପ୍ରଦେଶର ରାଜଧାନୀ ନିଆଲାର ଏକ ବ୍ୟସ୍ତବହୁଳ ବଜାର ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି। ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୩ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ମାନବାଧିକାର ସଂଗଠନ ଏମର୍ଜେନ୍ସି ଲୟର୍ସ ଅନୁଯାୟୀ, ଏହି ଆକ୍ରମଣ ପାଇଁ ସୁଦାନ ସେନା ଦାୟୀ। ସଂଗଠନ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଏହାକୁ ସାଧାରଣ ନାଗରିକଙ୍କ ଉପରେ ଭୟଙ୍କର ଆକ୍ରମଣ ବୋଲି କହିଛି।
Powered by Froala Editor