ଅର୍ଣ୍ଣବ ନେଲା ୮ ଜୀବନ
"ଅର୍ଣ୍ଣବ' ଆନ୍ଧ୍ର ପ୍ରଦେଶରେ ବିନାଶ ରଚିଛି । ଅର୍ଣ୍ଣବ ଯୋଗୁ ଆନ୍ଧ୍ର ପ୍ରଦେଶରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ୩୧ଟି ଘର କ୍ଷତିଗ୍ରସ୍ତ ହୋଇଛି । ୭୬୪ ପ୍ରଭାବିତ ଗ୍ରାମର ୫୭ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଝଡ଼ ସୃଷ୍ଟି କରିଥିବା ଭୀଷଣ ବାତ୍ୟା ଯୋଗୁ ପ୍ରାୟ ୬୦ଟି ଟ୍ରେନ୍ ଏବଂ ବିଜୟୱାଡ଼ା-ବିଶାଖାପାଟଣା ବିମାନବନ୍ଦରରେ ୨୧ଟି ବିମାନ ସେବା ବାତିଲ କରାଯାଇଛି । ବାତ୍ୟା ପ୍ରଭାବରେ ଅନେକ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଯାଇଛି । ଫଳରେ ବିଶାଖାପାଟଣା, ବିଜୟନଗରମ, କାକିନାଡ଼ା ଓ ପଶ୍ଚିମ ଗୋଦାବରୀ ଜିଲ୍ଲାରେ ବିଜୁଳି ସେବା ପ୍ରଭାବିତ ହୋଇଛି ।
ବୁଧବାର କାକିନାଡ଼ାର ଦକ୍ଷିଣ ଭାଗରେ ମାଡ଼ ହେବା ପରେ ଏହାର ପ୍ରଚଣ୍ଡ ପ୍ରଭାବରେ ଘଣ୍ଟା ପ୍ରତି ୧୨୫ରୁ ୧୩୫ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ, ବିଶାଖାପାଟଣାରେ ବୁଧବାର ଭୋର ୩ଟା ସୁଦ୍ଧା ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଏହା ଜୁଲାଇ ମାସର ସ୍ୱାଭାବିକ ବୃଷ୍ଟିପାତ ତୁଳନାରେ ଦେଢ଼ଗୁଣା ଅଧିକ । ବିଜୟନଗରମରେ ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟ ବୁଡ଼ିଯାଇଛି । ଜିଲ୍ଲା ପ୍ରଶାସନ ହାଇ ଆଲର୍ଟ ମୋଡ୍ରେ ରହିଛି ।
ଓର୍ଣ୍ଣାବର ତାଣ୍ଡବଲୀଳା ମଧ୍ୟରେ ୩୯ ଏନ୍ଡିଆର୍ଏଫ୍ ଓ ୮୦ ଏସ୍ଡିଆର୍ଏଫ୍ ଟିମ୍ ବିଭିନ୍ନ ସ୍ଥାନରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଲାଗିଛନ୍ତି । ବାୟୁସେନା ବାତ୍ୟା ପ୍ରଭାବିତ ବିଜୟୱାଡ଼ାରେ ୨୩ ଟନ ରିଲିଫ ସାମଗ୍ରୀ ପହଞ୍ଚାଇଛି ।
Powered by Froala Editor