ପୁଣିଥରେ ମା’ ହେବେ ଅନୁଷ୍କା ଶର୍ମା !
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣିଥରେ ମା’ ହେବେ ବୋଲି ଗୁଜବ ଉଠିଛି। ଭାରତୀୟ କ୍ରିକେଟର୍ ତଥା ତାଙ୍କ ସ୍ବାମୀ ବିରାଟ କୋହଲିଙ୍କ ସହ ମୁମ୍ବାଇରେ ନଜର ଆସିବା ପରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି। କିଛି ୟୁଜର୍ ପ୍ରଶ୍ନ କରିଥିବାବେଳେ ଆଉ କିଛି ଏହାକୁ ନେଇ ମଜାଳିଆ କମେଣ୍ଟ କରିଛନ୍ତି।
ରବିବାର, ଅକ୍ଟୋବର ୨୫ରେ ଅନୁଷ୍କା ଶର୍ମା ଓ ବିରାଟ କୋହଲି ମୁମ୍ବାଇର ୱର୍ଲିସ୍ଥିତ ଡୋମ୍, ଏସ୍ଭିପି ଷ୍ଟାଡିୟମରେ ଆୟୋଜିତ ଆମେରିକୀୟ ଭକ୍ତି ସଙ୍ଗୀତଶିଳ୍ପୀ କୃଷ୍ଣ ଦାସଙ୍କ ଲାଇଭ୍ କୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ଦୁହିଁଙ୍କୁ ଗେଟ୍ୱେ ଅଫ୍ ଇଣ୍ଡିଆ ନିକଟରେ ଏକାଠି ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଭାଇରାଲ ଭିଡିଓଗୁଡ଼ିକରେ ଅନୁଷ୍କାଙ୍କୁ କୀର୍ତ୍ତନର ତାଳେ ତାଳେ ତାଳି ମାରିବା ସହ ଭଜନ ଗାଉଥିବା ଦେଖିବାକୁ ମିଳୁଥିଲା। ତାଙ୍କ ପାଖରେ ବସିଥିଲେ ବିରାଟ କୋହଲି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅନୁଷ୍କାଙ୍କ ଗର୍ଭଧାରଣକୁ ନେଇ ଅନୁମାନ ଆରମ୍ଭ ହୋଇଛି। ତେବେ ଏହି ଖବରରେ କେତେ ସତ୍ୟତା ରହିଛି, ତାହା ସ୍ପଷ୍ଟ ହୋଇନାହିଁ।
ଉଭୟ ୨୦୧୭ ଡିସେମ୍ବରରେ ବିବାହ କରିଥିଲେ। ୨୦୨୧ ଜାନୁଆରୀରେ ସେମାନଙ୍କ ଝିଅ ଭାମିକା ଜନ୍ମ ନେଇଥିଲେ। ଏହା ପରେ ୨୦୨୪ ଫେବୃଆରୀରେ ପୁଅ ଅକାୟଙ୍କ ଜନ୍ମ ହୋଇଥିଲା। ୨୦୧୮ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଜିରୋ’ ପରଠାରୁ ଅନୁଷ୍କା ଶର୍ମା ବଡ଼ ପରଦାରେ ବିଶେଷ ସକ୍ରିୟ ନାହାନ୍ତି।
Powered by Froala Editor