ଔଷଧର କଳାବଜାରୀ ରୋକିବେ ଫ୍ଲାଇଂ ସ୍କ୍ୱାଡ୍

ଦିନକୁ ଦିନ ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା ଏହା ସହିତ ବଢୁଛି କରୋନା ପାଇଁ ଔଷଧର ଆବଶ୍ୟକତା | ଏହି ସମୟରେ ଔଷଧ ଏବଂ ଅନ୍ୟାନ ସାମଗ୍ରୀର କଳାବଜାରୀ ରୋକିବା ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି । ଏନେଇ ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ତ୍ୱପୁର୍ଣ୍ଣ ବୈଠକ ହୋଇଛି । ସାରା ରାଜ୍ୟ ପାଇଁ ୨୩ଟି ସ୍କ୍ୱାଡ ଗଠନ ହୋଇଥିବା କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠୱା କହିଛନ୍ତି । ଏଥିସହ କଟକ ଓ ଭୁବନେଶ୍ୱର ପାଇଁ ୭ ଟି ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଛି । ସେହିପରି ଅନ୍ୟ ଅଂଚଳ ପାଇଁ ୧୫ଟି ଫ୍ଲାଇଂ ସ୍କ୍ୱାଡ୍ ଗଠନ ହୋଇଛି । କଟକ ଓ ଭୁବନେଶ୍ୱରରେ ଏସଟିଏଫ, ଡିଆଇଜି, କ୍ରାଇମବ୍ରାଞ୍ଚ ଆଇଜି, ଡ୍ରଗ୍ସ କଣ୍ଟ୍ରୋଲର ଓ ପୋଲିସ କମିଶନରଙ୍କ ଅଫିସର ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ଦାୟିତ୍ୱରେ ରହିବେ । କଳାବଜାର ରୋକିବାକୁ ଗଠିତ ରାଜ୍ୟସ୍ତରୀୟ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ କଳାବଜାର କରୁଥିବେ ସେମାନଙ୍କ ବିରୋକରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।