ଆମେରିକା ଗସ୍ତରେ ମୋଦି
ନୂଆଦିଲ୍ଲୀ: ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯିବେ । ୨୦୧୪ ମସିହାରୁ ଏହା ପ୍ରଧାନମନ୍ତ୍ରୀଙ୍କ ସପ୍ତମ ଆମେରିକା ଗସ୍ତ । ପ୍ରଥମ ଥର ପାଇଁ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦି, ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା ଜୋ ବାଇଡେନଙ୍କୁ ଭେଟିବେ । ମୋଦିଙ୍କ ୫ଦିନିଆ ଗସ୍ତ କାର୍ଯ୍ୟକ୍ରମ ଅନୁସାରେ ସେପ୍ଟେମ୍ବର ୨୩ରେ ସେ ଆମେରିକାର ଉପରଷ୍ଟ୍ରପତି କମଲା ହାରିସଙ୍କୁ ଭେଟିବେ । ଏହାପରେ ୨୪ ସେପ୍ଟେମ୍ବରରେ ନୁ୍ୟୟର୍କରେ ଆୟୋଜିତ ହେବାକୁ ଥିବା କ୍ୱାର୍ଡ ବୈଠକରେ ଯୋଗ ଦେବେ ଓ ସେପ୍ଟେମ୍ବର ୨୫ରେ ମିଳିତ ଜାତିସଂଘର ମହାସଭାରେ ସାରା ବିଶ୍ୱକୁ ମୋଦି ଉଦବୋଧନ ଦେବେ ।
୨୪ ସେପ୍ଟେମ୍ବରରେ ହେବାକୁ ଥିବା ମୋଦି-ବାଇଡେନଙ୍କ ଆଲୋଚନାରେ ଆଫଗାନିସ୍ତାନ ଓ ବିଶ୍ୱ ଆତଙ୍କବାଦ ପ୍ରସଙ୍ଗ ହୋଇପାରେ ବୋଲି କୁହାଯାଉଛି । ଏବେ ତାଲିବାନ ସଂପର୍କରେ ଆସିଛି ବିସ୍ତାରବାଦୀ ଚୀନ । ଅନ୍ୟପଟେ ଚାଇନା ସହିତ ଭାରତର ମଧ୍ୟ ବିବାଦ ରହିଛି । ଏପରି ସ୍ଥିତିରେ ମୋଦି ଆମେରିକାରେ ଆତଙ୍କବାଦ ରୋକିବାକୁ ଓ ଆତଙ୍କବାଦ ବିରୋଧରେ ନେତୃତ୍ୱ ନେଇ ମୋଦି ନିଜର ଗ୍ଲୋବାଲ ଲିଡରସିପକୁ ଆଗକୁ ବଢାଇ ପାରନ୍ତି ବୋଲି ଅନୁମାନ କରଯାଉଛି ।
Powered by Froala Editor